ପାରଳାରେ ଗୋଷ୍ଠାଷ୍ଟମୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହରର ରାଜଗୁରୁସାହି ଛକରେ ଥିବା ରାଧାକୃଷ୍ଣଙ୍କ ପ୍ରତି ମୁର୍ତ୍ତି ଠାରେ ଆଜି ଗୋଷ୍ଠାଷ୍ଟମୀ ପାଳିତ ହୋଇଯାଇଛି । ସ୍ଥାନୀୟ ଆଦିତ୍ୟବାହିନୀ ତରଫରୁ ଆୟୋଜିତ ଏହି ଗୋଷ୍ଠାଷ୍ଟମୀରେ ଗୋମାତା ମାନଙ୍କୁ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରଦାନ କରାଯାଇଥିଲା । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପହଞ୍ଚି ଗୋମାତା ମାନଙ୍କୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଖାଦ୍ୟ ଓ ଫଳ ଆଦି ପ୍ରଦାନ କରିଥିଲେ । ଏହି ଗୋଷ୍ଠାଷ୍ଟମୀରେ ଆଦିତ୍ୟ ବାହିନିର କର୍ମକର୍ତ୍ତାଙ୍କ ସମେତ ଅଞ୍ଚଳବାସୀ ଯୋଗ ଦେଇଥିଲେ । ସେହିପରି ପାରଳାଖେମୁଣ୍ଡି ବାଟଗୌଡ ସାହି ସ୍ଥିତ ଆଖଡା ଠାରେ ଗୋଷ୍ଠାଷ୍ଟମୀ ଅବସରରେ ଗୋମାତା ପୁଜାର୍ଚ୍ଚନା କରାଯାଇଥିଲା । ପରେ ବାଟଗୌଡ ସାହି ଠାରେ ଆଦିତ୍ୟବାହିନୀ ତରଫରୁ ରାଧାକୃଷ୍ଣଙ୍କ ରଥ ସଂକୀର୍ତ୍ତନ ସହ ପରିକ୍ରମା କରାଯାଇଥିଲା । ବାଟଗୌଡ ସାହିର ରାଜେନ୍ଦ୍ର ବେହେରା,ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ଏହି ଗୋଷ୍ଠାଷ୍ଟମୀ ପାଳିତ ହୋଇଥିଲା ।