ପାରଳାରେ ନିରାଡମ୍ବର ଭାବେ ହୋଲି ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ହୋଲି ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର କୋଭିଡ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ସହରବାସୀ ହୋଲି ପର୍ବକୁ ପାଳିଥିଲେ । ଲୋକେ ନିଜ ନିଜ ପରିବାର ତଥା ପାଖ ପଡୋଶୀ ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ହୋଲି ଖେଳିଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ଛୋଟ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । କୌଣସି ବାହାର ସ୍ଥାନ ବା ସାର୍ବଜନୀନ ସ୍ଥାନକୁ ନଯାଇ ଘର ଓ ଘରର ବାରଣ୍ଡାରେ ବସି ସମୟ ଅତିବାହିତ କରିଥିଲେ । ସହରର ସାର୍ବଜନୀନ ସ୍ଥାନରେ ଯୁବଗୋଷ୍ଠୀ କିମ୍ବା ଅନ୍ୟ ସାଧାରଣ ଲୋକେ ଭିଡ ନ ଜମାଇ ପ୍ରଶାସନର ନିୟମ ମୁତାବକ ନିଜ ନିଜ ଘରେ ରହି ହୋଲି ଖେଳକୁ ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ପୋଲିସ ଟିମ୍ ସହରର ବିଭିନ୍ନ ପ୍ରାନ୍ତରେ ମୁତୟନ ଥିଲେ । ଲୋକେ ମଧ୍ୟ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶାବଳୀକୁ ପାଳନ କରିଥିଲେ । ସେହିପରି ଦୋଳ ଉତ୍ସବ ଚଳିତ ବର୍ଷ କମିଟି ତରଫରୁ ବନ୍ଦ ଘୋଷାଣା କରାଯାଇଥିବାରୁ ଦୋଳ ଉତ୍ସବ ମଧ୍ୟ ପାଳନ କରାଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ