ପାରଳାରେ ଭୋଗୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭୋଗୀ ଉତ୍ସବ ପାଳିତ ହୋଇଯାଇଛି । ତେଲୁଗୁ ସଂପ୍ରଦାୟର ପ୍ରଥା ଅନୁଯାଇ ମକର ସଂକ୍ରନ୍ତି ବା ପଙ୍ଗାଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ । ଏଥି ଅନୁଯାଇ ଗତକାଲି ରାତ୍ରରେ ପାରଳା ସହରର ବିଭିନ୍ନ ସ୍ଥାନରେ ଶୁଖିଲା କାଠ ଗଣ୍ଡିକୁ ଏକତ୍ରୀତ କରି ଅଗ୍ନି ସଂଯୋଗ କରି ଭୋଗୀ ପର୍ବକୁ ପାଳନ କରାଯାଇଛି । ପାରଳା ସହରରେ ତେଲୁଗୁ ଓ ଓଡିଆ ସଂପ୍ରଦାୟର ଲୋକେ ଭାଇଚାରା ଅନୁଯାଇ ଉବୟେ ଏହି ଭୋଗୀ ପର୍ବକୁ ପାଳନ କରିଛନ୍ତି । ପାରଳା ସହରର ମୁଖ୍ୟ ରାସ୍ତା ତଥା ଗଜପତି କଲେଜ ହୋଷ୍ଟେଲ ରୋଡରେ ଥିବା ସମାଜ ସେବୀ ତଥା ବିଜେଡିର ବରିଷ୍ଠ ନେତା ଏନ.ଶଙ୍କରୀଙ୍କ ବାସଭବନ ପାଶ୍ୱର୍ରେ ବହୁ ସୁଖିଲା ଗଣ୍ଡିକୁ ଏକତ୍ରୀତ କରି ଏଥିରେ ଅଗ୍ନୀ ସଂଯୋଗ କରାଯାଇ ଭୋଗୀ ପର୍ବ ପାଳନ କରାଯାଇଥିଲା । ଏହି ଭୋଗୀ ପର୍ବରେ ସହରର ଅନେକ ସ୍ଥାନରେ ବିଭିନ୍ନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ନିଜ ନିଜ ମଧ୍ୟରେ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ