ପାରଳାରେ ମା ଫୁଲ ସୁନ୍ଦରୀ ଠାକୁରାଣୀ ଯାତ୍ରା ଉଦଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହିର ମା ଫୁଲ ସୁନ୍ଦରୀ ଠାକୁରାଣୀ ଯାତ୍ରା ଉଦଯାପିତ ହୋଇଯାଇଛି. ପାରଳା ସହର ପରିକ୍ରମା କରି ଗତକାଲି 12 ଘଣ୍ଟା ସମୟରେ 15 ହଜାର ଭକ୍ତଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଥିଲା. ସାରା ଭାରତରେ ରହୁଥିବା ସାହି ବାସିନ୍ଦା ଏହି ଠାକୁରାଣୀ ଯାତ୍ରା ରେ 5 ବର୍ଷରେ ଥରେ ଆସି ଯୋଗ ଦେଇଥାନ୍ତି, ଏହି ଠାକୁରାଣୀ ଯାତ୍ରା ଏକ ସପ୍ତାହ ଧରି ବହୁ ଧୂମଧାମ ରେ ପାଳନ କରିଥାନ୍ତି, ପ୍ରତେକ ସାହି ଆଲୋକ ମାଳରେ ସଜାଯାଇଥିଲା, ସ୍ଥାନୀୟ ଲୋକେ ଏତେ ମାତ୍ରା ରେ ଭକ୍ତିଭାବ ରେ ବାନ୍ଧି ହୋଇଯାଛନ୍ତି ଜେ, ପୁଣି 5ବର୍ଷ କୁ ଏବେଠାରୁ ଅପେକ୍ଷା କରିବାକୁ ପଡିବ ବୋଲି କିଛି ଭକ୍ତ ଜଣାଇଛନ୍ତି, ଏକ ସପ୍ତାହ ଧରି ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳା ଭାବେ ପାଳନ ହୋଉଯାଇଛି ବୋଲି କମିଟି ସଦସ୍ୟ ଜାନକୀ ବେହେରା, କୃଷ୍ଣ ବେହେରା,ଗଙ୍ଗା ବେହେରା, ମଧୁ ବେହେରା, ଗୌରୀ ପ୍ରଧାନ, ପ୍ରମୁଖ ଜଣାଇଛନ୍ତି