ଗଜପତିର ଗ୍ରାମୀଣ ଜଳ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଜଳ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସଏସ)ର ପୂର୍ବତନ ସହକାରୀ ଯନ୍ତ୍ରୀ ନାରାୟଣ ପଣ୍ଡାଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଦଣ୍ଡାଦେଶ ଦେଇଛନ୍ତି। ଶ୍ରୀ ପଣ୍ଡା କାର୍ଯ୍ୟରତ ଥିବାବେଳେ ବେଆଇନ ସମ୍ପରି ଠୁଳ କରିଥିବା ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତି କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଥାନାରେ ଦୁର୍ନିତୀ ନିବାରଣ ଆଇନର ଧାରା ୧୩ (୨) ରିଡ ୱିଥ ସେକ୍ସନ ୧୩ (୧) (e) ଓ ଭାରତୀୟ ପିଙ୍ଗଳ କୋଡ ଧାରା ୧୦୯ରେ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି I ରାୟ ଅନୁସାରେ ଶ୍ରୀ ପଣ୍ଡାଙ୍କୁ ୩ ବର୍ଷ ଜେଲ ଜେଲ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଏହି ମାମଲାର ତଦନ୍ତ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ପୂର୍ବତନ ଡ଼ିଏସପି ତଥା ବର୍ତ୍ତମାନର ରାଉରକେଲା ଡିଭିଜନର ଭିଜିଲାନ୍ସ ଏସ୍‌ପି ଦେବନାରାୟଣ ଦାସ ତଦନ୍ତ କରିଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ସରକାରୀ ଆଇନଜୀବୀ ସୁରେନ୍ଦ୍ର ପଣ୍ଡା ଲଢ଼ୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ