ପାରଳାରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ମହେନ୍ଦ୍ରତନୟା ବ୍ରିଜ ଉପରୁ ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଥିବା ସୁଚନା ମିଳିଛି । ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ସୁଚନା ଦେଇଛନ୍ତି, ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ବ୍ରିଜ ଠାରେ ପେଟ୍ରୋଲିଂ ଚାଲିଥିବା ବେଳେ ଆନ୍ଧ୍ରର ପୁରୁଣାପାଟଣା ଆଡୁ ଆସୁଥିବା ଏକ ଡାଲା ଯୁକ୍ତ ଭ୍ୟାନ୍ ନଂ ଏପି୩୦ଟିସି ୦୧୭୪କୁ ଅଟକାଇ ତଦନ୍ତ କରାଯାଇଥିଲା । ଏଥିରେ ୫୬ଖଣ୍ଡ ଶାଗୁଆନ କାଠ ଥିବା ଦେଖାଯାଇଥିଲା । ଭ୍ୟାନରେ ଥିବା ୩ଜଣ ବ୍ୟକ୍ତି କୌଶଳ କ୍ରମେ ଆନ୍ଧ୍ର ପଟକୁ ଦୌଡି ଅନ୍ତଦ୍ଧ୍ୟାନ ହୋଇ ଯାଇଥିଲେ । ଘଟଣା ସ୍ଥଳରୁ ଶାଗୁଆନ କାଠ ସହ ଭ୍ୟାନକୁ ଜବତ କରାଯାଇଛି । ୨୩ସିଏଫ୍ଟି ଏହି ଶାଗୁଆନ କାଠର ଚୋରା ବଜାରରେ ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହବେ । ଚଢାଉ ରେ ଫରେଷ୍ଟର ଶ୍ୟାମ ସୁନ୍ଦର କଳିଙ୍ଗ,ଫରେଷ୍ଟ ଗାର୍ଡ ଶିବରାମ ସାବତ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତଥିଲେ । ଘଟଣା ସ୍ଥଳରୁ ଦୌଡି ଅନ୍ତଦ୍ଧ୍ୟାନ ହୋଇଥିବା ୩ଜଣଙ୍କୁ ଅତି ତୁରନ୍ତ ଜବତ ଭ୍ୟାନ ଦ୍ୱାରା ସମସ୍ତ ତଥ୍ୟ ବାହାର କରି ଗିରଫ କରାଯିବ ବୋଲି ଏସିଏଫଓ ଗୌରୀ ପ୍ରସାଦ ରଥ ଅତ୍ୟନ୍ତ ଦୃଢତାର ସହ କହିଛନ୍ତି ।