ପାରଳାରେ ୪୮ ତମ ଶ୍ୟାମାକାଳୀ ପୂଜା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନେହରୁ ଛକ ଠାରେ ଶ୍ୟାମ କାଳୀ ପୂଜା ମହାସମାରୋହରେ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ସମସ୍ତ ରୀତିନୀତି ଅନୁସାରେ ମା’ଙ୍କୁ ମଣ୍ଡପରେ ସୁସଜ୍ଜିତ କରାଯାଇ ମାଙ୍କ ପୂଜା ପାଠ ସହ ପ୍ରଦୀପ ପ୍ରଦାନ ଆଦି ଚାଲୁ ରହିଛି. ମା’ଙ୍କ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମୁଛି | ଦୀର୍ଘ ୪୭ ବର୍ଷ ହେଲା ଲଗାତାର ଭାବେ ଶ୍ୟାମା କାଳୀ କମିଟି ପକ୍ଷରୁ ପୂଜା ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହି ପୂଜା ୪୮ତମ ବର୍ଷରେ ପହଞ୍ଚିଛି ବୋଲି କମିଟି ତରଫରୁ ଭରତ ଭୂଷଣ ମହାନ୍ତି ପ୍ରକାଶ କରି କହିଛନ୍ତି ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୧ ଦିନ ଭଳି ଏହି ପୂଜା ପାଳନ କରାଯିବ. ମା’ଙ୍କ ନିକଟରେ ମାନସିକ କଲେ ନିଶ୍ଚିତ ଭାବେ ଅଭିଳାଷ ପୂରଣ ହେଉଥିବାର ବିଶ୍ଵାସ ଲୋକଙ୍କ ମନରେ ରହିଛି. ତେଣୁ ପ୍ରତେକ ଦିନ ପୂଜା ମଣ୍ଡପ ଠାରେ ଭକ୍ତଙ୍କ ବିଶେଷ ଭିଡ଼ ଜମୁଛି. ପ୍ରତେକ ଦିନ ରାତିରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି.


