ପାରଳାରେ ୯ ଦିନ ଧରି ସିମେଣ୍ଟ ଓ ଲୁହାଛଡ଼ ଦୋକାନ ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଅଞ୍ଚଳରେ ଲୁହାଛଡ଼ ଓ ସିମେଣ୍ଟ ଦୋକାନଗୁଡ଼ିକ ଗତ ୯ଦିନ ହେଲା ବନ୍ଦ ରହିଛି। କାରଣ ଶ୍ରମିକମାନେ ଅନଲୋଡିଂ ଏବଂ ଲୋଡିଂ ପାଇଁ ଅହେତୁକ ଦରବୃଦ୍ଧି କରିଛନ୍ତି। ସେମାନଙ୍କ ଦାବି ମୁତାବକ ଦର ଦେବା ପାଇଁ ବ୍ୟବସାୟୀମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡୁଥିବା ନେଇ ମାଲିକ ସଂଘ ଅଭିଯୋଗ କରିଛି । ସେମାନଙ୍କୁ ବ୍ରହ୍ମପୁର, ଗୁଣୁପୁର, ରାୟଗଡ଼ାର ମାଲିକ ସଂଘ ସହଯୋଗର ହାତ ବଢ଼ାଇଥିବା ବେଳେ ଅନ୍ୟ ସହରରେ ଯେପରି ପ୍ରତି ୩ ବର୍ଷରେ ଥରେ ଦର ଧାର‌୍ୟ୍ୟ ହୁଏ, ସେହିଭଳି କରିବା ପାଇଁ ଗଜପତି ଜିଲ୍ଲା ସିମେଣ୍ଟ ଓ ଲୁହାଛଡ଼ ମାଲିକ ସଂଘ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛି। ମାଲିକମାନେ ଦୋକାନ ଖୋଲିବା ପାଇଁ ଇଚ୍ଛା ପ୍ରକାଶ କଲେ ମଧ୍ୟ ଶ୍ରମିକମାନେ ପ୍ରତିବାଦ କରିବା ସହ ଦୋକାନ ଖୋଲବା ନିମନ୍ତେ ବିରୋଧ କରୁଛନ୍ତି ବୋଲି ମାଲିକ ସଂଘ କହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନର ବାଟ ଖୋଲୁ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନେ ନିବେଦନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଜପତି ଆଇରନ୍ ଆଣ୍ଡ ସିମେଣ୍ଟ ଓନର୍ସ ଆସୋସିଏସନ୍‌ର ସଭାପତି ସୀମାଞ୍ଚଳ ପଟ୍ଟନାୟକ, ସମ୍ପାଦକ ବିଜୟ କୁମାର, କୋଷାଧ୍ୟକ୍ଷ ଟି. ଭାସ୍କର ରାଓ, ବି. ରବି, ବି. କୋଟେଶ୍ବର ରାଓ, ପ୍ରଦୀପ ଚୌଧୁରୀ, ଏସ୍.ପି ଜେନା ଓ ସରୋଜ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ