୨ଗୋଟି ବାଲ୍ୟବିବାହ ବନ୍ଦହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନର ସଫଳତା ଯୋଗୁଁ ଗୋଷାଣି ବ୍ଲକ ରଣଦେବୀ ଗ୍ରାମ ଏବଂ ଗୁରାଣ୍ଡି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥୁବା ଦୁଇଟି ବାଲ୍ୟବିବାହକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି | ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଗୋଷାଣି ବାଲ୍ୟବିବାହ ନିଷେଧ ଅଧୂକାରିଣୀ ତଥା ଗୋଷାଣି ସିଡିପିଓ ଗୌରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତୀ ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥ‌ିବା ଅନ୍ୟ ସଦସ୍ୟଙ୍କୁ ଅବଗତ କରିଥିଲେ | ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା I ଉକ୍ତ ଟିମ୍‌ରେ ଆଇସିଡିଏସ ମହିଳା ସୁପରଭାଇଜର ଅମିତା ପଟ୍ଟନାୟକ, ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ କରୁଣାକର ମଲ୍ଲିକ, ସଖୀ ୱାନଷ୍ଟପ କେନ୍ଦ୍ରର ପ୍ରଶାସକ ସୁନିତା ରଥ, ଚାଇଲୁ ହେଲ୍ପ ଲାଇନର ଜିଲ୍ଲା ସଂଯୋଜିକା ବୈଶାଳୀ ପଟ୍ଟନାୟକ, ଇସ୍ପାଇଲ କରାଡ ରହିଥିଲା ବେଳେ ସେମାନଙ୍କ ସହ ଗୁରାଣ୍ଡି ପୁଲିସ କର୍ମଚାରୀମାନେ ଯୋଗ ଦେଇ ଉକ୍ତ ସ୍ଥାନମାନଙ୍କୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ ରଖିବାକୁ କହିଥିଲେ. ଏହାପରେ ବିବାହ ହେବାକୁ ଥିବା ଝିଅ ମାନଙ୍କର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ଅଭିଭାବକଙ୍କୁ ବାଲ୍ୟବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା I ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅକୁ ୧୮ ବର୍ଷ ପୂରଣ ନ ହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖୁତ ଆକାରରେ ଜଣାଇଥିଲେ ଏହା ସହ ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିଯମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଗୁରାଣ୍ଡି ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହ ସମ୍ପର୍କରେ ଜାଣି ଏହି ଟିମ୍ ନାବାଳିକାଙ୍କ ଘରକୁ ଯାଇଥିଲେ | ହେଲେ ତାଙ୍କ ଘରେ ତାଲା ପଡିଥ‌ିବାରୁ ଟିମ୍ ଫେରି ଆସିଥିଲେ ମଧ୍ୟ ଉକ୍ତ ପରିବାର ଉପରେ ନଜର ରଖାଯାଇଛି ଏବଂ ସେମାନଙ୍କ ସହ ଆଲୋଚନା କରାଯାଇ ବାଲ୍ୟ ବିବାହ ବନ୍ଦ କରିଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ