ପାରଳା ଉପକାରାଗାରରେ କରୋନା ଆତଙ୍କ ୨୦ ଅନ୍ତେବାସୀଙ୍କୁ ଆର.ଉଦୟଗିରି ପଠାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନା ଆତଙ୍କ ଗଜପତି ଜିଲ୍ଲା ମହକୁମାରେ ଥିବା ଉପକାରାଗାରରେ ଦେଖା ଦେଇଛି । କରୋନାକୁ ମୁକାବିଲା ପାଇଁ ମୁଖ୍ୟତଃ ସାମାଜିକ ଦୂରତାକୁ ପାଳନ କରାଯିବା ଅତ୍ୟାବଶ୍ୟକ ଅଟେ । ସରକାର ଏ ନେଇ ବ୍ୟପକ ସଚେତନ,ପ୍ରଚାର ଓ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗଜପତି ଜିଲ୍ଲା ମହକମା ପାରଳାଖେମୁଣ୍ଡି ଠାରେ ଥିବା ଉପକାରାଗାର ପକ୍ଷରୁ ମଧ୍ୟ କରୋନାରେ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ମୁଖ୍ୟତଃ ସାମାଜିକ ଦୂରତାକୁ ପାଳନ କରାଯିବା ପାଇଁ ଏହି କାରାଗାରରୁ ୨୦ଜଣ ଅନ୍ତେବାସୀଙ୍କୁ ଏହି ଜିଲ୍ଲାର ଆର.ଉଦୟଗିରି ସବ୍ ଜେଲ୍‌କୁ ପଠାଇ ଦିଆଯାଇଛି । ସେହିପରି ଛୋଟଛୋଟ ମକଦ୍ଦମାରେ ପାରଳା ଉପକାରାଗାରରେ ଥିବା ୧୭ଜଣ ଅନ୍ତେବାସୀଙ୍କୁ ଜାମିନରେ ସେମାନଙ୍କ ଘରକୁ ପଠାଇ ଦିଆ ଯାଇଥିବା ସୁଚନା ମିଳିଛି । ପାରଳାଖେମୁଣ୍ଡି ଉପକାରାଗାରର ଅଧିକ୍ଷକ ହନୁ ସେଠୀ କହିଛନ୍ତି,ଏଠାରେ ୧୪୭ଜଣ ଅନ୍ତେବାସୀ ରହୁଥିଲେ । ବର୍ତ୍ତମାନ କରୋନା ପାଇଁ ମୁଖ୍ୟତଃ ସାମାଜିକ ଦୂରତାକୁ ପାଳନ କରାଯିବା ଅତ୍ୟାବଶ୍ୟକ ରହିଛି । ତେଣୁ ଏହାକୁ ସରକାରୀ ନିର୍ଦ୍ଦେଶ ଅନୁଯାଇ ପାଳନ କରିବା ପାଇଁ ୨୦ଜଣ ଅନ୍ତେବାସୀଙ୍କୁ ଆର.ଉଦୟଗିରି ସବ୍ ଜେଲ ଏବଂ ୧୭ଜଣ ଅନ୍ତେବାସୀ ଛୋଟଛୋଟ ମକଦ୍ଦମାରେ ଥିବା ଯୋଗୁଁ ମାନ୍ୟବର ଅଦାଲତରୁ ଜାମିନରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ଉପକାରାଗାରରେ ୧୧୦ଜଣ ଅନ୍ତେବାସୀ ରହୁଛନ୍ତି । କରୋନା ସଂକ୍ରମଣରୁ ଅନ୍ତେବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆରମ୍ଭ ଠାରୁ ପାରଳା କାରାଗାରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କାରାଗାର ପରିସରକୁ ବିଭିନ୍ନ ବିଶୋଧନ ଦ୍ୱାରା ପ୍ରତ୍ୟେକ ଦିନ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି । ପ୍ରତ୍ୟେକ ଅନ୍ତେବାସୀଙ୍କୁ ସଚେତନତା କରାଯିବା ସହ ହାତ ଧୋଇବା,ଗରମ ପାଣି ଓ ଗରମ ଖାଦ୍ୟ ଖାଇବା ସହ ପ୍ରତ୍ୟେକ ସମୟରେ ସାମାଜିକ ଦୁରତା ଅନୁଯାୟୀ କାରାଗାରରେ ରହିବା ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ଏ ନେଇ ଦୈନିକ ଉପକାରାଗାରର ଅଧିକ୍ଷକ ଭାବେ ମୁଁ ଏବଂ ମୋର ସମସ୍ତ ସହକର୍ମୀ ଏଥିପାଇଁ ବାରମ୍ବାର ପରିଦର୍ଶନ କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ