ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ସ୍ୱଚ୍ଛତାହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ରବିବାର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଭିରାମ କେୟାର ଟେକିଂ ପକ୍ଷରୁ ସ୍ୱଚ୍ଛତା ରଖିବା ଉଦ୍ଦେଶ୍ୟରେ ଯିବା ଆସିବା ରାସ୍ତାଘାଟ, ମେଡିକାଲର ୱାର୍ଡ ଗୁଡିକ ଆଦି ବୁଲି ବୁଲିି ସଫା ସୁତୁରା କରି ସ୍ୱଚ୍ଛ ରଖିବା ନିମନ୍ତେ ସଚେତନତା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିରାମ କେୟାର ଟେକିଂ ପକ୍ଷରୁ ସୁପରଭାଜର ପ୍ରବୀଣ ପାଣି, ଦୀପକ କୁମାର ସାହୁ, ରାମଚନ୍ଦ୍ର ପନୋଡା ପ୍ରମୁଖଙ୍କ ନେତୃତ୍ୱରେ ବହୁ ସ୍ୱଚ୍ଛକର୍ମଚାରୀ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, କୋଭିଡ ଯୋଦ୍ଧା ଭାବେ ଏମାନେ ଆଗଧାଡିରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲେ । ଏପରି କାର୍ଯ୍ୟକ୍ରମ ଆଗାମୀ ଦିନମାନଙ୍କରେ ମଧ୍ୟ ଚାଲୁରହିବ ବୋଲି ଅଭିରାମ କେୟାର ଟେକିଂ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ