ପାରଳା ଦୋଳତ୍ସୋବ ୪ର୍ଥ ରାତ୍ରରେ ରାଧାକୃଷ୍ଣ ନୃତ୍ୟରେ ଦୁଲୁକିଲା ମଞ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦୋଳବନ୍ଧ ନିକଟରେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଦୋଳଉତ୍ସବ ୪ର୍ଥ ଦିନରେ ପହଞ୍ôଚଛି ।୪ର୍ଥ ଦିନର ରାତ୍ରରେ ରାଧାକୃଷ୍ଣଙ୍କ ନୃତ୍ୟ ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ପାରଳା ବିଧାୟକ କେ.ନାରାୟଣ ରାଓ ୪ର୍ଥ ସଂଧ୍ୟା ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଅତି ପୁରାତନ ପରମ୍ପରା ଦୋଳସୋôବ ପାଳନ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆଡମ୍ବର ସହ ଆୟୋଜିତ କରି ଆସୁଥିବାରୁ କମିଟିକୁ ସାଧୁବାଦ ଦେବା ସହ ପାରଳାର ଏøତିହ୍ୟ କଳା ସଂସ୍କୃତିକୁ ଏହି ଉତ୍ସବ ମାଧ୍ୟମରେ ପ୍ରଦର୍ଶିତ କରାଯାଇ ଲୁକାୟିତ ପ୍ରତିଭାର ପରିଚୟ ପ୍ରଦାନ ହୋଇପାରୁଛୁ । ଏହା ଛଡା ଯାତ୍ରାର ଆୟୋଜନ କରି ଲୋକଙ୍କୁ ଧାର୍ମୀକ ଚେତନା ସହ ଆମୋଦ ପ୍ରମୋଦର ସୁଯୋଗ ଦିଆଯାଉଛି । ଏହି ଅବସରରେ ଏହି ଯାତ୍ରା ପରିସରରେ ଅନେକ ଅସ୍ଥାୟୀ ଦୋକାନମାନ ଖୋଲାଯାଇଛି । ସେଠାରେ ବିଭିନ୍ନ ରୁଚିକର ଖାଦ୍ୟ ସାମଗ୍ରୀ ଯଥା ଦହିବରା, ଚାଟ୍‌, ଫାଷ୍ଟଫୁଡ, ଆଇସ କ୍ରିମ, ଗୁପଚୂପ ଇତ୍ୟାଦି ବିକ୍ରି କରାଯାଉଛି । ପାରଳାଖେମୁଣ୍ଡିର ଏହି ପ୍ରସିଦ୍ଧ ଦୋଳଉତ୍ସବ ଦେଖିବାପାଇଁ ପ୍ରତି ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ହରିମୋହନ ପଟ୍ଟନାୟକ, ବିନୋଦଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ସୂଚାରୁ ରୂପେ ପରିଚାଳନା କରୁଛନ୍ତି । ଆଜି ରାତ୍ରରେ ମଗାପୋଡି ଉତ୍ସବ ଯାକଜମକରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ