ପାରଳା ପୋଲିସର ସଫଳତା ଅନ୍ତଃରାଜ୍ୟ ବାଇକ ଚୋରି ଘଟଣାର କିଙ୍ଗପିନ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା. ଅନ୍ତଃରାଜ୍ୟ ବାଇକ ଚୋରି ଗ୍ୟାଙ୍ଗର କିଙ୍ଗପିନକୁ ପୋଲିସ ଗିରଫ କରିବା ସହ ୧୯ ଗୋଟି ବିଭିନ୍ନ ବାଇକକୁ ପୋଲିସ ଜବତ କରିଛି. ଗିରଫ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲାସା ଥାନା ଅନ୍ତର୍ଗତ ଆର,ରଘୁନାଥମ । ତାହା ପାଖରୁ ୧୯ଟି ନାମିଦାମୀ ଚୋରା ବାଇକକୁ ଜବତ କରିଛି ପୋଲିସ । ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗର କିଙ୍ଗପିନ ରଘୁନାଥମକୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରୁ ଚୋରି ହୋଇଥିବା ବାଇକ୍ ମଧ୍ୟରେ ରହିଛି ୭ଟି ରୋୟାଲ ଏନଫିଲ୍ଡ , ଗୋଟିଏ କେଟିଏମ୍, ୬ଟି ବଜାଜ ପଲସର୍, ଦୁଇଟି ଆପାଚି, ୩ଟି ୟାମାହା କମ୍ପାନୀର ଦାମୀ ମଟର ସାଇକଲ । ଏସବୁ ଗାଡ଼ିକୁ ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୋରି କରି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବିକ୍ରି ପାଇଁ ଯୋଜନା କରୁଥିଲେ । ହେଲେ ଚୋରା ବାଇକ୍ ବିକ୍ରି ପୂର୍ବରୁ ପୋଲିସ୍ ମାଡ଼ି ବସିଲା । ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ରହିଥିବା ଜଣାପଡ଼ିଛି. ଜବତ ବାଇକ ମଧ୍ୟରୁ ୫ଟିର କୌଣସି ନମ୍ବର ନଥିବାବେଳେ ଗୋଟିଏ ବାଇକର ଡୁପ୍ଲିକେଟ ନମ୍ବର ରହିଛି । ୧୧ଟି ଆନ୍ଧ୍ରର ଓ ଦୁଇଟି ଓଡ଼ିଶାର ବାଇକ ରହିଥିବା ପୋଲିସ୍ ସୂଚନା ଦେଇଛି । ଆହୁରି ଅନେକ ଚୋରି ବାଇକ ମଧ୍ୟ ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖାଯାଇଛି । ଫେରାର ଅଭିଯୁକ୍ତ ଏହାକୁ ରଖିଥିବାରୁ ପୋଲିସ ତାକୁ ଖୋଜିବା ସହ ଚୋରି ବାଇକ ଠାବ କରିବାକୁ ଯୋଜନା କରୁଥିବା ଗଜପତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ମହାନ୍ତି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୭ ରାତି ପ୍ରାୟ ସାଢେ ୧୧ଟା ସମୟରେ ଫରେଷ୍ଟ ଗେଟ ଛକ ଠାରେ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ରଘୁନାଥମ ଏକ ରୋୟାଲ ଏନଫିଲ୍ଡରେ ଯାଉଥିବା ବେଳେ ତାକୁ ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ସମ୍ପୃକ୍ତ ଗାଡିର କାଗଜପତ୍ର ନକଲି ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ଅଧିକ ପଚରାଉଚରା କରିଥିଲା । ସେହି ବାଇକଟି ଚୋରା ବୋଲି ମାନିବା ସହ ଏମିତି ଅନେକ ବାଇକକୁ ଆନ୍ଧ୍ରର ପଲାସା, ଶ୍ରୀକାକୁଲମ ବିଶାଖପାଟଣା, ବିଜୟନଗରମ୍ ମଧ୍ୟ ଚୋରି କରିଥିବା ସେ ମାନିଥିଲା । ଆନ୍ଧ୍ରରୁ ଗାଡି ଚୋରି କରି ସେଥିରେ ସଙ୍ଗେ ସଙ୍ଗେ ଓଡ଼ିଶାର ନମ୍ବର ପ୍ଲେଟ ଲଗାଇ ବିକ୍ରି ପାଇଁ ଯୋଜନା କରୁଥିଲେ । ଏହି ଖବର ପାଇବା ପରେ ପୋଲିସ୍ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ କରି ଆଉ ୧୯ ଟି ବାଇକ ଜବତ କରିଥିଲା। ପାରଳା ଥାନାର ଆଇଆଇସି ପ୍ରଶାନ୍ତ ଭୂପତି ମଧ୍ୟ ଏହି ପ୍ରେସମିଟରେ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ