ପାରଳା ପୌରପରିଷଦ ପକ୍ଷରୁ ଲୋକାଭିମୁଖୀ ଜନଶୁଣାଣୀ ଅନୁଷ୍ଠିତ   

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପଲାଇନ ପ୍ରକୋଷ୍ଠ ଆରମ୍ଭ ହୋଇଯାଇଛି । ଗତ ୨୩.୦୬.୨୦୨୨ରେ ଏନେଇ ନିଷ୍ପତ୍ତି ହୋଇଥିଲା । ସୂଚନା ଯୋଗ୍ୟ ଯେ ପ୍ରତ୍ୟଃ କାର୍ଯ୍ୟଦିବସ ସକାଳ ୧୦ଘଣ୍ଟା ଠାରୁ ମଧ୍ୟାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକୁ ଗ୍ରହଣ କରାଯିବ । ଏହି ଅଭିଯୋଗ ଗୁଡିକ ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ଶୁଣାଣୀ ହେବ ।  ତଦନୁଯାୟୀ ଗତକାଲି ମାସର ପ୍ରଥମ ମଙ୍ଗଳବାର ଦିନ ଏହି ଲୋକାଭିମୁଖୀ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ପୌରଉପାଧ୍ୟକ୍ଷା ଲେଙ୍କା ମଧୂ, ଦାୟିତ୍ୱରେ ଥିବା ପାରଳା ନିର୍ବାହୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା, ମ୍ୟୁନିସିପାଲିଟି ଯନ୍ତ୍ରି ସଂଜୀବ ଚମ୍ପତ୍ତି ପ୍ରମୁଖ ଯୋଗଦେଇଥିଲେ । ଆଜିର ଲୋକାଭିମୁଖୀ ଜନ ଶୁଣାଣୀ ରେ ମୋଟ ୧୨ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏଥି ମଧ୍ୟରେ ପ୍ରାୟତଃ ସମାଧାନ ହୋଇ ଯାଇଛି । ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ