ପାରଳା ପୌର ପରିଷଦ ଉନ୍ନତି ଓ ବିକାଶ ଠାରୁ ବହୁ ଦୂରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈାରପରିଷଦ ହେଉଛି ଅତି ପୂରାତନ ପୌର ପରିଷଦ। ୨୦୨୨ମସିହାରେ ପୌର ନିର୍ବାଚନ ରେ ପାରଳାଖେମୁଣ୍ଡି ପୈାରପରିଷଦ ରେ ସର୍ବମୋଟ ୧୬ଗୋଟି ୱଡ ମଧ୍ୟରେ ଶାସକ ଦଳର ୧୪ଜଣ ସଭ୍ୟ ସଭ୍ୟା ନିର୍ବାଚିତ ହୋଇଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଶାସକ ଦଳର ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ଜନସାଧାରଣଙ୍କ ଉଦ୍ଦେଶ୍ୟ ଥିଲା ଶାସକ ଦଳୀୟ କର୍ମୀଙ୍କୁ ଭୋଟଦେଇ ନିର୍ବାଚିତ କରିବା ଦ୍ୱାରା ସହରରେ ଉନ୍ନତି ହେବ ବୋଲି ସାଧାରଣ ଲୋକେ ଆଶା ଆକାଂକ୍ଷା କୁ ଦୃଷ୍ଟିରେ ରଖି ଶାସକ ଦଳର ନେତାମାନଙ୍କୁ ନିର୍ବାଚିତ କରାଯାଇଥିଲା। ହେଲେ ପାରଳା ପୌର ପରିଷଦ ଉନ୍ନତି ଓ ବିକାଶ ଠାରୁ ବହୁ ଦୂରରେ ରହିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଶାସକ ଦଳର ନେତାମାନେ ନିର୍ବାଚିତ ହୋଇ ୧୫ମାସ ବିତିଗଲାଣି, ଇତି ମଧ୍ୟରେ ଦୁଇ ଥର ରଥଯାତ୍ରା ସମାପ୍ତ କରିଥିଲା ହେଲେ ସହରବାସୀ ଙ୍କ ଆଶା ଓ ଆକାଂକ୍ଷା ମଉଳି ଯାଇଛି, ଯାହା କି ବର୍ତମାନ ପୌରପରିଷଦ ର କାର୍ଯ୍ୟକଳାପକୁ ଦେଖିବାକୁ ମିଳିଛି ଯେ ସହରରେ ଇତିହାସ ସୃଷ୍ଟି କରିଛି। ଯାହା କି ଉଦାହରଣ ସ୍ୱରୂପ ଯେ ପୌର ପରିଷଦ ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ରଥଯାତ୍ରା ପୂର୍ବରୁ ରାଜଦାଣ୍ଡ ର ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ଚଳିତ ଦୁଇ ବର୍ଷ ହେଲା ରଥଯାତ୍ରା ପୂର୍ବରୁ ରାସ୍ତା ନିର୍ମାଣ କରିବାକୁ ସଖ୍ୟମ ହୋଇ ପାରିଲେ ନାହିଁ, ତାହା ପୁଣି ଶାସକ ଦଳର ନିର୍ବାଚିତ ପୌର ପରିଷଦ ଗଠନ ହେବା ପରେ ୧୫ମାସ ମଧ୍ୟ ରେ ଦୁଇ ଥର ରଥଯାତ୍ରା ସମାପ୍ତ ହୋଇଥିଲା ହେଲେ ସୁଦ୍ଧା ସହରାଞ୍ଚଳ ପାରଳାଖେମୁଣ୍ଡି ସହରରେ ମୁଖ୍ୟ ରାସ୍ତା ରାଜଦାଣ୍ଡ ରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଦିନ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ମାଁ ଶୁଭଦ୍ରା ବିରାଜମାନ ହୋଇ ଘୋଷଯାତ୍ରା ନିମନ୍ତେ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ କି ରାସ୍ତା ର ଖାଲ ଖମା ମଧ୍ୟ ଭଲ ଭାବରେ ପେଚ ରିପେର କରିବା ସମର୍ଥ ହୋଇ ପାରିଲେ ନାହିଁ। ବଡ ଦୁଃଖ ଓ ପରିତାପର ବିଷୟ ରାଜ ଦାଣ୍ଡ ସାହିଟି ତିନୋଟି ୱଡ କାଉନସିଲର ତଥା ୱଡ ନମ୍ବର ୫,୮,୧୪, ଏହି ତିନୋଟି ସଭ୍ୟ ସଭ୍ୟା ଖାସ କରି ଶାସକ ଦଳର, ବର୍ତମାନ ସରକାର ମୁକ୍ତା ଯୋଜନା ରେ ଆବସ୍ୟକତା ନଥିବା ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ମିସନ ଶକ୍ତି ନାମରେ ମହିଳା ମଣ୍ଡଳି ଙ୍କ ନାମରେ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି।। ଦେଖିବାକୁ ଗଲେ ୱଡ ନମ୍ବର ୫ରେ ଭାରତୀୟ ରେଳ ବିଭାଗ ରାସ୍ତା ରେ ପୌର ପରିଷଦ ପକ୍ଷରୁ ଖର୍ଚ୍ଚ ହୋଇପାରୁଛି। ଅପରପକ୍ଷରେ ସେହି ୱଡ ନମ୍ବର ୫ ରେ ବଡ଼ଦାଣ୍ଡରେ ରାସ୍ତା ନିର୍ମାଣ ହୋଇପାରିନାହିଁ ସହରର ଦୁର୍ଭାଗ୍ୟ ବିଷୟ ବୋଲି କୁହାଯିବ।
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ୱଡ ନମ୍ବର ୧୪ରେ ହିଁ ଖାସ୍ କରି ରଥଯାତ୍ରା ସଂପୂର୍ଣ୍ଣ ରୁପେ ହେଉଥିବା ବେଳେ ଏହି ଘୋଷ ଯାତ୍ରା ସମୟରେ ବାଟୋଗୈଡ ସାହି ଛକରେ ଥିବା ନାଳ ନର୍ଦ୍ଦମା ରାତା ରାତି ଚୋର ନେଇ ଗଲା ଭଳି ସଂପୂର୍ଣ୍ଣ ଭାବେ ପୋତି ଦେଲେ ଯାହା ଫଳରେ ନାଳ ଚୋରି ହେଉଥିବା ଭାବରେ ଅଞ୍ଚଳ ବାସିନ୍ଦା ବିନା ନର୍ଦ୍ଦମାରେ ଘରର ଅପରିଷ୍କାର ପାଣି ରାସ୍ତା ଉପରେ ଛାଡ଼ୁଛନ୍ତି। ଯାହା ଫଳରେ ରାସ୍ତା ଉପରେ ଯିବାଆସିବା ଲୋକ ଙ୍କ ଉପରେ ଏହି ଅପରିଷ୍କାର ପାଣି ବିଛାଇ ହୋଇ ପଡ଼ୁଥିବା ଯୋଗୁଁ ଏଠାରେ ଗୋଟିଏ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ଦେଖିବାକୁ ମିଳିଛି। ଏହି ଅପ୍ରିତୀକର ପରିସ୍ଥିତି ଏଡାଇବା ପାଇଁ ସ୍ଥାନୀୟ ସଭ୍ୟା ଙ୍କ ଆନ୍ତରିକତା ନ ଥିବାର ଦେଖିବାକୁ ମିଳିଛି। ଫଳରେ ସେ ସ୍ଥାନ ରୁ ୧୦୦ମିଟର ବ୍ୟବଧାନରେ ସେ ୱଡ ର ସଭ୍ୟାଙ୍କ ବାସଭବନ। ଏହି ସମସ୍ତ ବିଷୟବସ୍ତୁ ବିଚାର କଲେ ଏହି ପୌର ପରିଷଦ ନିର୍ବାଚନ ହୋଇ ୧୫ମାସ ବିତିଗଲାଣି ହେଲେ ଏମାନଙ୍କ ଉନ୍ନତି କାର୍ଯ୍ୟ ଦେଖିବାକୁ ଗଲେ ସମୁଦ୍ର କୁ ସଙ୍କେ ପାଣି ସଦୃଶ। କେବଳ ଫୋଟ ଚିତ୍ରରେ ଓ ଫେସବୁକ୍ ପଷ୍ଟ ଛଡ଼ା ଅନ୍ୟ କିଛି ନୁହେଁ। ଯେଉଁ ସଭ୍ୟ ସଭ୍ୟା ଶ୍ରୀ ଜଗନ୍ନାଥ ଙ୍କ ପାଇଁ ସେବା ଦେଇ ପାରିଲେ ନାହିଁ। ସେମାନେ ଆଉ ଜନସାଧାରଣଙ୍କ ପାଇଁ କଣ ସେବା ଦେବେ ବୋଲି ସାଧାରଣ ଲୋକଙ୍କ ଠାରୁ ସୁଣିବାକୁ ମିଳିଛି।


