ପାରଳା ବିଧାୟକଙ୍କ ଦ୍ୱାରା ଗୁମ୍ମା ଠାରେ ଜିଓ ନେଟୱର୍କର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଠାରେ ଜିଓ ନେଟୱର୍କର ଶୁଭାରମ୍ଭ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗୁମ୍ମା ବ୍ଲକ ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ସତ୍ତ୍ୱେ ବହୁ ବର୍ଷ ଧରି ଏଠାରେ ବିଏସ୍ଏନ୍ଏଲ୍ ସେବା ଜାରି ରହିଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ଏହି ନେଟୱର୍କ ସେବାରୁ ବଞ୍ôଚତ ହେଉଥିଲେ । ତେଣୁ ଏହି ଅଞ୍ଚଳରେ ଅନ୍ୟ ଏକ ନେଟୱର୍କ ସେବା ପାଇବା ପାଇଁ ବହୁ ଦାବି ହେଉଥିଲା । ବର୍ତ୍ତମାନ ଜିଓ ନେଟ୍ୱର୍କ ସେବା ଆଜି ଠାରୁ ଆରମ୍ଭ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆଜି ଜିଓର ନେଟ୍ୱର୍କ ସେବା ଶୁଭାରମ୍ଭ ଅବସରରେ ଜିଓ ଗଜପତି ଡିଭିଡନର ପରିଚାଳକ ଆଲୋକ କୁମାର ତିୱାରୀ, ଗୁମ୍ମା ବ୍ଲକର ବିଜେପି ନେତା କୃଷ୍ଣଚନ୍ଦ୍ର ବିଶୋୟୀ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ଏପରି ମୋବାଇଲ ସେବା ଯୋଗାଇ ଦିଆଯାଇଥିବାରୁ ଜିଓ କମ୍ପାନୀ ନିକଟରେ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।


