ପାରଳା ବିଧାୟକଙ୍କ ଦ୍ୱାରା ସୀତାପୁର ବିଶ୍ରାମାଗାର ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ବ୍ଲକର କେ.ସୀତାପୁର ଗ୍ରାମ ନିକଟ ତରଳାଛକରେ ପାରଳା ବିଧାୟକ ନାରାୟଣ ରାଓଙ୍କ ଦ୍ୱାରା ଯାତ୍ରୀ ବିଶ୍ରାମାଗାର ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ଏକ ଷ୍ଟାଣ୍ଡପୋଷ୍ଟକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସି.ଏଚ୍. ସୀମାଦ୍ରୀ, ସରପଞ୍ଚ ଓହାରାଣୀ ଶବର ଓ ସମିତିସଭ୍ୟ ଦାରାପୁ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।