ପାରଳା ବିଧାୟକ ବଦାନ୍ୟତା ସଫେଇ କର୍ମଚାରୀଙ୍କୁ ମାସ୍କ ଏବଂ ଡାକ୍ତରଖାନା କର୍ମଚାରୀଙ୍କୁ ଖାଦ୍ୟ ଓ ଫଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଭୟଙ୍କର କରୋନା ଆତଙ୍କରେ ସାଧାରଣଙ୍କ ସେବାରେ ନିଜ ନିଜର ଜୀବନକୁ ପାଣି ଛଡାଇ କର୍ତ୍ତବ୍ୟ କରୁଥିବା ଡାକ୍ତରଖାନାର କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ପାରଳା ବିଧାୟକ କେ.ନାରାୟଣ ରାଓ ଖାଦ୍ୟ ଓ ଫଳ ପ୍ୟାକେଟ ଏବଂ ମାସ୍କ ପ୍ରଦାନ କରି ନିଜର ବଦାନ୍ୟତାର ପରିଚୟ ପ୍ରଦାନ କରିଛନ୍ତି । ବିଧାୟକ କେ.ନାରାୟଣ ରାଓ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ମୁଖ୍ୟ ଡାକ୍ତରଖାନାରେ ଲୋକଙ୍କୁ ସେବା ଯୋଗାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟକର୍ମୀ,ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ସହ ଫଳ ପ୍ୟାକେଟ ପ୍ରଦାନ କରିଛନ୍ତି । ଏଥି ପୁର୍ବରୁ ବିଧାୟକ ପାରଳା ସହରରେ ବୁଲା କୁକୁର ଓ ଗାଇଗୋରୁଙ୍କୁ ସେମାନଙ୍କ ଖାଦ୍ୟ ପ୍ରଦାନ ଏବଂ କାର୍ଯ୍ୟରତ ପୋଲିସଙ୍କୁ ଫଳ, ପାଣି ବୋତଲ ଆଦି ପ୍ରଦାନ କରିଥିଲେ । ଆଜି ସେହିପରି ପାରଳାଖେମୁଣ୍ଡି ସହରରେ ପରିଷ୍କାର ପରିଚ୍ଛନ୍ନତା ଦାୟୀତ୍ୱରେ ଥିବା ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ ନୀରିକ୍ଷକ ଜମାଦାର ଏବଂ ଗାଡି ଡ୍ରାଇଭର ପ୍ରମୁଖଙ୍କୁ ପାରଳା ବିଧାୟକ ରାଓ ବର୍ତ୍ତମାନର କରୋନା ସମୟରେ ଏମାନଙ୍କ ସେବା ଅତୁଳନୀୟ ବୋଲି ପ୍ରାକାଶ କରି ସମସ୍ତଙ୍କୁ ମାସ୍କ, ସାନିଟାଇଜର ଆଦି ପ୍ରଦାନ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ପୁର୍ବତନ ପୌରାଧ୍ୟକ୍ଷ ପି. କ୍ରିଷ୍ଣା ଏବଂ ନୃସିଂହ ଚରଣ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଜମାଦାର ପଟ୍ଟନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ