ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଆଜି ଭୋର ୪.୧୯ମିନିଟ ସମୟରେ ପରଲୋକ ହୋଇଯାଇଛି । ଏଥିନେଇ ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଭୁବନେଶ୍ୱର ଆପୋଲ ମିଡେକଲରେ ସେ ବହୁଦିନ ଧରି ଚିକିତ୍ସା ହୋଇଥିଲେ । ମୃତ ବେଳେ ତାଙ୍କ ନିକଟକରେ ତାଙ୍କ କନ୍ୟା ଯୁବରାଣୀ କଲ୍ୟାଣୀ ଦେବୀ ଉପସ୍ଥିତ ଥିବା ଜଣାଯାଇଛି ।