ଘରୋଇ ସାମଗ୍ରୀ ଘରକୁ କରୁଛି ବିଷାକ୍ତ!
ଅଧିକାଂଶ ଲୋକେ ନିଜ ଘରେ ନିୟମିତ ଭାବେ ମଶାଧୂପ ବତି, ଲୁଗା ସଫା ପାଉଡର, ଟଏଲେଟ୍ କ୍ଲିନର, ଏୟାର ଫ୍ରେଶନର ବ୍ୟବହାର କରିଥାନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏସବୁ ଉପଯୋଗରେ ଘରେ ପରିବେଶ ବିଷାକ୍ତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଗୋଟିଏ ମଶାଧୂପ କଏଲରୁ ବାହାରୁଥିବା ଧୂଆଁ ୩୭ଟି ସିଗାରେଟ୍ ଧୂଆଁ ସହ ସମାନ । ଏବେ ଏହି ମଶାଧୂପ କଏଲ ବ୍ୟବହାର କରିବା ପୂର୍ବରୁ ସତର୍କ ରୁହନ୍ତୁ । ଦିଲ୍ଲୀର ଏକ ବିଶେଷଜ୍ଞ ଦଳ ବାରମ୍ବାର ଅନୁଧ୍ୟାନ କରିବା ପରେ ତଥ୍ୟ ପ୍ରକାଶ କରିଛନ୍ତି । ଛୋଟ ପିଲାଙ୍କ କକ୍ଷରେ ଆଦୌ ଏହି ମଶାଧୂପ କଏଲ୍ ଲଗାନ୍ତୁ ନାହିଁ । ଏହା କାରଣରୁ ସେମାନଙ୍କ ମାନସିକ ବିକାଶ ସବୁଠୁ ଅଧିକ ପ୍ରଭାବିତ ହେଉଥିବାର ପରୀକ୍ଷାରୁ ପ୍ରମାଣିତ ହୋଇଛି । ଲୁଗା ସଫା ପାଉଡରରେ ଫସଫରସ ଥିବାର ଏହା କାରଣରୁ ଆପଣଙ୍କ ତ୍ୱଚା ରୋଗ ହେବାର ଭୟ ରହିଛି । ଟଏଲେଟ କ୍ଲିନର, ଚଟାଣକୁ ସଫା କରୁଥିବା ଏକପ୍ରକାର କ୍ଲିନର କାରଣରୁ ପରଫ୍ଲୋରିଥାଇଲିନ୍ ତତ୍ତ୍ୱ ଥିବାରୁ ତାହା କାରଣରୁ ବୃକକ୍ ରୋଗ ଓ ସ୍ନାୟୁ ଜନିତ ରୋଗ ହେବାର ଆଶଙ୍କା ଥାଏ । ଏୟାର ଫ୍ରେଶନର କାରଣରୁ ତ୍ୱଚା ସମ୍ବନ୍ଧୀୟ ରୋଗ ଓ ମୁଣ୍ଡ ବିନ୍ଧା ରୋଗ ଅଧିକାଂଶଙ୍କର ହୋଇଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।


