ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୨ ତମ ଜୟନ୍ତି ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୨ ତମ ଜୟନ୍ତୀ ମହାସମାରୋହରେ ଆଜି ପାଳିତ ହୋଇଯାଇଛି. ଆଜି ସକାଳ ୭ ଘଟିକା ସମୟରେ ବଜାର ଛକ ନିକଟସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା. ପରେ ପରେ ସହରର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲାସ୍ଥରୀୟ ବହୁ ପଦାଧିକାରୀ ଏକ ଶୋଭଯାତ୍ରା ବଜାର ଛକରୁ ବାହାରି ହାଇସ୍କଲ ଛକ ଦେଇ ମହାରାଜାଙ୍କ ସ୍ମୃତି ସୌଧ ପର‌୍ୟ୍ୟନ୍ତ ଶୋଭାଯାତ୍ରାରେ ଯାଇ ସ୍ମୃତି ସୌଧରେ ଶ୍ରଦ୍ଧାଞ୍ଜଳି ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଟାଉନ ହଲ ଠାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୨ ତମ ସମାରୋହ ଓ ସଭା ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ