ପାରଳା ରାଜପ୍ରସାଦ ଗଣଆତ୍ମହତ୍ୟା ମାମଲାର ଦୋଷୀଙ୍କୁ ଗିରଫ ଦାବୀ !

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ସହରରେ ଗତ ୨୦୧୬ ଅଗଷ୍ଟ ୨୧ତାରିଖରେ ମହାରାଜାଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଦେବୀଙ୍କ ସମେତ ତାଙ୍କର ଜଣେ ଭଉଣୀ ଏବଂ ଦୁଇଭାଇ ଯେଉଁଭଳି ଭାବେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ ତାହାକୁ କେନ୍ଦ୍ର କରି ତାଙ୍କ ଭାଇ ଅମୂଲ୍ୟ କୁମାର ପାତ୍ର ସେହି ସମୟରେ ମାମଲା ରୁଜୁ କରିଥିଲେ । ସେହି ମାମଲାକୁ ନେଇ ସେ ଗତକାଲି ି କଟକ ଠାରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଗଣ ଆତ୍ମହତ୍ୟାରେ ଶିକାର ହୋଇଥିବା ୪ଜଣଙ୍କ ଭାଇ ଆମୁଲ୍ୟ କୁମାର ପାତ୍ର ସାକ୍ଷାତ କରିଥିବା ସୂଚନା ମିଳିଛି । ଦାୟୀ ଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ବର୍ଷ ପରେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ମୃତକଙ୍କ ଭାଇ ଅମୁଲ୍ୟ ପୋଲିସ ମହାନିର୍ଦ୍ଧେଶକଙ୍କୁ ଏଥିନେଇ ତୁରନ୍ତ ଚାର୍ଜସିଟ ଦାଖଲ ପାଇଁ ଅନୁରୋଧ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସେ ସମୟରେ ଘଟଣାଟି ସମଗ୍ର ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଗଣମାଧ୍ୟମର ମୁଖ୍ୟ ବିଷୟବସ୍ତୁ ପାଲଟିଥିଲା । ତେବେ ମୃତକ ମାନଙ୍କ ଭାଇ ଶ୍ରୀ ପାତ୍ର ଏହି ଘଟଣାକୁ ନେଇ ୧୨ଜଣ ଦାୟୀ ବୋଲି ପାରଳାଖେମୁଣ୍ଡି ଥାନାରେ ସେ ସମୟରେ ଅଭିଯୋଗ କରିଥିଲେ । ଘଟଣାଟିର ଗୁରୁତ୍ୱ ରହିଥିବାରୁ ଘଟଣାର ତଦନ୍ତ ଭାର ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଘଟଣା ମୃତକଙ୍କ ଭାଇ ଶ୍ରୀ ପାତ୍ର କ୍ରାଇମ୍‌ବ୍ରାଞ୍ଚ ଏବଂ ବିଭିନ୍ନ ପଦାଧିକାରୀଙ୍କୁ ଭେଟିବାପରେ ଆଜି ପୁନର୍ବାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ତୁରନ୍ତ ତଦନ୍ତ କରି ଚାର୍ଯ୍ୟସିଟ୍ ଦାଖଲ କରିବାପାଇଁ ନିବେଦନ କରିଥିବାର ଶ୍ରୀ ପାତ୍ରଙ୍କ ସୂତ୍ରରୁ ପ୍ରକାଶ । ତେବେ ଆଜି ପୋଲିସ ମହାନିର୍ଦ୍ଦେଶକ ଘଟଣା ସମ୍ପର୍କରେ ଆଲୋଚନା କରିବାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଏବଂ କ୍ରାଇମବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକ-୨ ସର୍ବେଶ୍ୱର ସାହୁଙ୍କ ସହ ଘଟଣା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ପରେ ଖୁବ୍ ଶୀଘ୍ର ଘଟଣାର ତଦନ୍ତ ସାରି କୋର୍ଟରେ ଚାର୍ଯ ସିଟ୍ ଦାଖଲ କରାଯିବ ବୋଲି କହିଥିବାର ୪ମୃତକଙ୍କ ଭାଇ ଅମୂଲ୍ୟ ପାତ୍ର ଜଣାଇଛନ୍ତି । ସେହିପରି ଘଟଣା ଘଟିବା ସମୟରେ ମୃତକଙ୍କ ପରିବାରର ଏକ ଦୁଇଚକିଆ ଯାନ ପୋଲିସ ଦ୍ୱାରା ସେ ସମୟରେ ସିଜ୍ କରାଯାଇଥିଲା । ତାକୁ ମଧ୍ୟ ଆବେଦନକାରୀଙ୍କୁ ଫେରାଇଦେବାପାଇଁ ସେ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କୁ ଚିଠି ଦେଇଥିବାର ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ