ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଜାତୀୟ ପ୍ରେସ ଦିବସ ଓ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନୂଆବଜାର ସ୍ଥିତ ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପର ପୁର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବନ୍ଦର ସିନିୟର ୱେଲ୍ଫେୟାର୍ ଅଫିସର୍ ନରୋଜ କୁମାର ପଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ସଂଘର ମୁଖପତ୍ର ମୁକ୍ତ ପୃଷ୍ଠା ଉନ୍ମୋଚନ ହୋଇଥିଲା । ଏହାସହ କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦ୍ଗତୀ କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଠା ଚିତରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପ୍ରେସ୍ ମିଡିଆର ସଭାପତି ବସନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପରିଡା, ଉପସଭାପତି ଅରୁଣ କୁମାର ଓଝା, ସାଧାରଣ ସଂପାଦକ ବଟକୃଷ୍ନ ଦାସ, ସହସଂପାଦକ ମନୋଜ କୁମାର ଦାସ, କୋଷାଧକ୍ଷ ସୁରେନ୍ଦ୍ର କୁମାର ବିଶ୍ୱାଳ, ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ୍ ପାରାଦୀପ ଶାଖା ସଭାପତି କର୍ମେଶ୍ୱର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅଜିତ୍ କୁମାର ଦାସ, ରାକେଶ କୁମାର ପଟନାୟକ, ଭୃଗୁ ପ୍ରସାଦ ବେଉରା, ମନୋଜ କୁମାର ମହାନ୍ତି, ରଶ୍ମିରଂଜନ ରାଉତରାୟ, ସୁମନ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଦିପକ କୁମାର ବାରିକ, ପର୍ଶୁରାମ ମନ୍ତ୍ରୀ, ବବୃବାହାନ ରାଉତ, ଜ୍ଞାନରଂଜନ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ରାଉତଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜିବୀ ଯୋଗଦେଇ ସାମ୍ବାଦିକ ମାନଙ୍କ କର୍ତବ୍ୟ ଓ କାର୍ଯ୍ୟନିଷ୍ଠା ଉପରେ ଆଲୋକପାତ କରିଥିଲେ । ଏହାସହ ବିିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସଭାରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଥିଲା । ଏଥିସହ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ଯେକୌଣସି ପରିସ୍ଥିତିରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।


