ପାରାଦୀପ ବିଜୟା ମାର୍କେଟରେ ଅଗ୍ନି କାଣ୍ଡ
ପାରାଦୀପ (ପିତବାସ ପ୍ରଧାନ)ବଡ ପଡିଆ ବିଜୟା ମାର୍କେଟ ରେ ଅଗ୍ନି କାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇ ଥିବାବେଳେ ଅନ୍ୟ ତିନୋଟି ଦୋକାନ ଆଶିଂକ ପୋଡି ଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଜଳି ପାଉଁଶ ହୋଇ ଯାଇଛି। ପବିତ୍ର ବିଶ୍ବାଳଙ୍କ ଇଲେକ୍ଟ୍ରୋନିକ ଦୋକାନରେ ପ୍ରଥମେ ଅଗ୍ନି କାଣ୍ଡ ଘଟି ଅନ୍ୟ ଏକ ଚପଲ ଦୋକାନକୁ ବ୍ୟାପିଯାଇ ଥିଲା। ସାରା ମାର୍କେଟ ଧୂଆଁ ମୟ ହୋଇ ଯାଇଥିଲା। ମାର୍କେଟ ପଛପଟେ ଥିବା ବସ୍ତିର ଲୋକମାନେ ପ୍ରଥମେ ବାଲିଟିରେ ପାଣି ପକାଇ ନିଅାଁକୁ ଆୟତ କରିବାକୁ ଚେ଼ଷ୍ଟା କରିଥିେଲ। ପରେ ପରେ ପାରାଦୀପ ବନ୍ଦର ଅଗ୍ନିଶ୍ରମ ବିଭାଗ ତରଫରୁ ଦୁଇଟି ନିଆଁ ଲିଭା ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରା ଯାଉଛି।