ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ନାରୀକବି କୁନ୍ତଳା କୁମାରୀ ଜୟନ୍ତୀ ପାଳନ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ସେକ୍ଟର-୨୧ସ୍ଥିତ ଉଦୟ ରଶ୍ମି ମହିଳା ସମିତି ଆନୁକୁଲ୍ୟରେ ନାରୀକବି ତଥା ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ମହା ସମାରୋହରେ ପାଳନ ହୋଇ ଯାଇଅଛି । ସାକ୍ଷରତା ସମିତିର ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ପାରାଦୀପ ଲେଡିଜ୍ କ୍ଲବ ପକ୍ଷରୁ ଶ୍ରୀମତୀ ଶୁଚିସ୍ମିତା ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସବିତା ପଣ୍ଡା, ସ୍ମିତା ରଥ, ସାକ୍ଷରତା ସମିତର ସଂପାଦକ ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ନାରୀକବିଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ସାକ୍ଷରତା ସମିତି ଦ୍ୱାରା ପ୍ରସ୍ତୁତ ସାନିଟାରୀ ନାପକୀନ୍ ଗୁଡିକୁ ଅତିଥିମାନେ ଉପସ୍ଥିତ ମହିଳା ସମିତିର ସଦସ୍ୟା ମାନଙ୍କ ମଧ୍ୟରେ ବିତରଣ କରିଥିଲେ । ପୂର୍ବରୁ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ଝୋଟିଚିତା ଓ କବିତା ଆବୃତ୍ତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଠାରେ ସୂଚନା ଥାଉ କି ମହାମାରୀ କୋରନାକୁ ଲକ୍ଷ୍ୟ ରଖି ସରକାରଙ୍କ ସମସ୍ତ କୋଭିଡ୍ ଗାଇଡ୍ ଲାଇନ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ସାକ୍ଷରତା ସମିତିର ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ର ଜଣାଇଛନ୍ତି । ଶେଷରେ ଉପସ୍ଥିତ ସମସ୍ତଙ୍କୁ ବିଜୟଲକ୍ଷ୍ମୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ