ପାରାଦ୍ୱିପ ବନ୍ଦରରେ ଅଘଟଣ କଟିଲା ଶ୍ରମିକଙ୍କ ଗୋଡ
ପାରାଦ୍ୱିପ-ଶିଳ୍ପନଗରୀ ପାରାଦ୍ୱପ ବନ୍ଦରରେ ଘଟିଛି ଅଘଟଣ । ପିଆଇସିଟି ବର୍ଥରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଗୋଡକଟିଯିବରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହାର ପ୍ରତିବାଦରେ ଶ୍ରମିକମାନେ ମୁଖ୍ୟଫାଟକରେ ତାଲାପକାଇବା ସହ ରାସ୍ତା ଅବରୋଧ କରଛନ୍ତି । ଏହା ଫଳରେ ପିଆଇସିଟି ବର୍ଥରେ କାର୍ଯ୍ୟସମ୍ପୂର୍ଣ୍ଣ ବନ୍ଦ ରହିଛି ।ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଓସ୍ତର ଗାଁ ର ମନୋଜ ମଲ୍ଲିକ ।


