ପାରାଦ୍ୱୀପ କୋଭିଡ୍-୧୯ ଚିକିତ୍ସାଳୟ ଉଦ୍ଘାଟିତ
ପାରାଦ୍ୱୀପ,(ପିତବାସ ପ୍ରଧାନ):ବିଶ୍ୱମହାମାରୀ କରୋନାର ସଫଳ ମୁକାବିଲା ପାଇଁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ତ୍ୱରିତଭାବେ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । କରୋନା ଆକ୍ରାନ୍ତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଯୁଦ୍ଧକାଳିନ ଭିତିରେ କୋଭିଡ୍-୧୯ ଚିକିତ୍ସାଳୟ ର ସ୍ଥାପନ କରାଯାଇଛି । ଏହି କ୍ରମରେ ପାରାଦ୍ୱୀପ ସମେତ ରାଜ୍ୟର ୫ଟି ସ୍ଥାନରେ କୋଭିଡ୍-୧୯ ଚିକିତ୍ସାଳୟ ର ଶୁଭଉଦଘାଟନ ସୋମବାର ଦିନ ହୋଇଯାଇଛି । ପାରାଦ୍ୱୀପ ଠାରେ ଅନୁଷ୍ଠିତ କୋଭିଡ -୧୯ ଚିକିତ୍ସାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ପାରାଦ୍ୱୀପ ଠାରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟ ର ସ୍ଥାପନ ପାଇଁ ପାରାଦ୍ୱୀପ ବନ୍ଦର, ଜିଲ୍ଲାପାଳ ଜଗତସିଂହପୁର ଓ ଜିଲ୍ଲା ଚିକିତ୍ସାଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସଂପାଦିତ ହୋଇଥିଲା । ଏହି ଚିକିତ୍ସାଳୟ ପ୍ରତିଷ୍ଠା ଯୁଦ୍ଧକାଳିନ ଭିତିରେ ଅତିକମ୍ ସମୟ ମଧ୍ୟରେ ହୋଇଥିଲା । ଆର୍ ଆଣ୍ଡ ବି ଜଗତସିଂହପୁର ର ନିର୍ବାହୀ ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ, ପୌର ସଫେଇ କର୍ମଚାରୀ, ଏହି କାର୍ଯ୍ୟର ଠିକାଦାର, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଚିକିତ୍ସାଳୟ କାର୍ଯ୍ୟର ପ୍ରତ୍ୟହ ତଦାରଖ କରୁଥିଲେ । ଗତ ଶନିବାର ଦିନ ରାଜ୍ୟ ୫ଟି ସଚୀବ ଙ୍କ ସମେତ ଉନ୍ନୟନ କମିଶନର ଏହାର ଅଗ୍ରଗତି ସଂପର୍କରେ ଆସି ତଦାରଖ କରି ଫେରିଥିଲେ । ସୋମବାର ଦିନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପଳ ଡଃ.କାହ୍ନୁଚରଣ ଧିର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ରେ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ, ପାରାଦ୍ୱୀପ ବନ୍ଦର, ପୌରପାଳିକାର ବଳିଷ୍ଠ ଉଦ୍ୟମ ଓ ସଚେତନତା ଯୋଗୁଁ ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନ ତାଲିକାରେ ରହିପାରିଛି ।