ପାରାଦ୍ୱୀପ ବନ୍ଦରରେ ସ୍ୱଚ୍ଛତା ପଖୱାଡା ୨୦୨୦ ଉଦ୍‌ଘାଟିତ

ପାରାଦ୍ୱୀପ, (ପିତବାସ ପ୍ରଧାନ):କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ପାରାଦ୍ୱୀପ ବନ୍ଦର ପକ୍ଷରୁ ସ୍ୱଚ୍ଛତା ପଖୱାଡା ୨୦୨୦ ଗୁରୁବାର ଦିନ ବନ୍ଦର ପ୍ରଶାସନ ଭବନ ପରିସର ଠାରେ ଶୁଭାରମ୍ଭ ହୋଇଯାଇଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱଚ୍ଛତା ର ଶପଥ ପାଠ କରାଯାଇଥିଲା । ଏଥିରେ ବନ୍ଦର ର ପଦସ୍ଥ ଅଧିକାରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । କୋଭିଡ ସଂକ୍ରମଣ ନିୟମାନୁସାରେ ବନ୍ଦର ର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତ୍ୱ ରକ୍ଷ୍ୟା କରି ନିଜ ନିଜ କାର୍ଯ୍ୟାଳୟ ପରିସରରେ ଏହି ଶପଥ ପାଠ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ରଏ ମେକ ଇନ୍ ଇଣ୍ଡିଆ ଚିନ୍ତାକଳ୍ପ ରେ ଏକ ଯାନ୍ତ୍ରିକ ସଡକ ସଫେଇ ଯାନ କୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ମେସିନ ବନ୍ଦର ପୋତାଶ୍ରୟ ବାହାର ଅଞ୍ଚଳରେ ବ୍ୟବହାର ହେବ । ସ୍ୱଚ୍ଛତା ରକ୍ଷା ଓ କରୋନା ମୁଳୋତ୍ପାଟନ ଶିର୍ଷକ ଚଳିତ ଅଭିଯାନରେ ବନ୍ଦର ର ଶ୍ରମିକ, କର୍ମଚାରୀ ଓ ସମସ୍ତ ବିଭାଗ କୁ ସାମିଲ କରି ବିଭିନ୍ନ ମୁଖ୍ୟ ସ୍ଥାନ ରେ ଡିଜିଟାଲ ସ୍କ୍ରିନ ମାଧ୍ୟମ ରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ତେବେ କରୋନା ବିପର୍ଯୟ ପାଇଁ ଜାରି ହୋଇଥିବା ନିୟମକୁ ଦୃଷ୍ଟିରେ ରଖି ଏସବୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦିଆଯିବ ବୋଲି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ