କନ୍ଧମାଳରେ ୧୧୬ କରୋନା ଆକ୍ରାନ୍ତ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ଗୁରୁବାର ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୭୩ ଜଣ ପୁରୁଷ ଥିବା ବେଳେ ୪୩ ଜଣ ମହିଳା ଅଛନ୍ତି। ୭ ଜଣ କୋଭିଡ୍ ଯୋଦ୍ଧା ଥିବା ବେଳେ କଣ୍ଟେନ୍‌ମେଣ୍ଟ ଜୋନ୍‌ବାହାରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ପୁଲିସ୍ ବାରାକ୍‌ରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଛି। ସବୁଦିନ ଭଳି ଫୁଲବାଣୀରୁ ସର୍ବାଧିକ ୩୭ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୧୮, ଟିକାବାଲିରୁ ୫, ଜି ଉଦୟଗିରିରୁ ୪, ଚକାପାଦରୁ ୭, ଖଜୁରିପଡାରୁ ୬, ଦାରିଙ୍ଗବାଡିରୁ୯ ତୁମୁଡିବନ୍ଧରୁ ଜଣେ, ରାଇକିଆରୁ ୫, ଫିରିଙ୍ଗିଆରୁ ୮ ଏବଂ ଜିଲ୍ଲା ବାହାରେ ୧୬ ଜଣ ଚିହ୍ନଟ ହୋଇଛନ୍ତି।  ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୨୦୬ ଜଣ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬୩୬ ଜଣ ସୁସ୍ଥା ହୋଇ ସାରିଛନ୍ତି। ବର୍ତ୍ତମାନ ୫୫୩ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ବୋଲି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ