ପାରାଲିମ୍ପିକ୍ସ : ବରଗଡ଼ ଜିଲ୍ଲାର ଓଡ଼ିଆ ପୁଅ ପ୍ରମୋଦ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ବରଗଡ଼ ଜିଲ୍ଲାର ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଛନ୍ତି। ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା। ଓଡ଼ିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ତାଙ୍କ ଜନ୍ମମାଟିରେ ଲୋକ ଖୁସିରେ ବିଭୋର ହୋଇଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ