ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଯୁବତୀ
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ଜଣେ ନାବାଳିକା (୧୬) ପାରିବାରିକ କଳହରେ ମା ଓ ଝିଅ ମଧ୍ୟରେ ବଚସାରେ କୋହଭରା ହୋଇ ନାବାଳିକା ଜଣକ କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନା ଅନୁଯାୟୀ ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ କର୍ଲାପାଟ ଗୁଣପୁର ଫାଣ୍ଡି ଅଧିନସ୍ଥ ଜନୈକ ବାଳିକା ଓ ମାଁ ଙ୍କ ସହିତ ବଚସା ହୋଇଥିଲା ଏହା ପରେ ସୋମବାର ରାତ୍ରରେ ଝିଅଟି ଇମୋସନାଲ ହୋଇ କୀଟନାଶକ ପାନ କରିଥିଲା । ମାଁ ରାତ୍ିରେ କିଛି ସୁରାକ ପାଇପାରିନଥିଲେ । ମଙ୍ଗଳବାର ସକାଳେ ଝିଅକୁ ଗୁରୁତର ଅବସ୍ଥାରେ ଦେଖି ମାଁ ତାଙ୍କୁୂ ଗାଡିରେ ନେବାକୁ ଚେଷ୍ଟା କରିଲେ କିନ୍ତୁ ତାହା ସମ୍ବବ ହୋଇପାରିଲା ନାହିଁ । ଏହା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀ ପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ରାଳୟରେ ଭର୍ତ୍ତିକରାଯାଇଥିଲା । ପୋଲିସ ଖବର ପାଇ ଝିଅଟିର ମୃତ ଦେହକୁ ଜବତ କରିବା ପରେ ପୋଷ୍ଟମର୍ଟମ ପୋଷ୍ଟମୋର୍ଟମ ହୋଇଥିଲା ।ଫାଣ୍ଡି ଅଧିକାରୀ କାହ୍ନୁଚରଣ ପଣ୍ଡା ପୋଷ୍ଟମର୍ଟମ ପରେ ଶବକୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।


