ବେଲଗୁଣ୍ଠାରେ ନୀଳମଣି ଙ୍କ ପ୍ରଚାର, ଅଭିନେତା, ଅଭିନେତ୍ରୀ ସାମିଲ

ବେଲଗୁଣ୍ଠା-(ଯୁଗାବ୍ଦ ନ୍ୟୁଜ): ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପରୀପ୍ରେକ୍ଷୀରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ସୋମବାର ଦିନ ବେଲଗୁଣ୍ଠା ଏନ୍.ଏ.ସି ରେ ଏକ ବିରାଟ ଶୋଭାଯାତ୍ରାରେ ଜୋରଦାର ପ୍ରଚାର କରିଛନ୍ତି ।ଏହି ପ୍ରଚାରରେ ତାଙ୍କ ସହ ଜେଜେମା ଧାରାବାହିକର ଅଭିନେତ୍ରୀ ମିଲି,ଜୀବନସାଥୀ ଧାରାବାହିକର ଏଲି ଓ ତାରାତାରିଣୀ ଧାରାବାହିକର ଅଭିନେତା ରବିନ୍ ପ୍ରମୁଖ ଯୋଗ ଦେଇଥିଲେ ନୀଳମଣିଙ୍କ ସପକ୍ଷରେ ବେଲଗୁଣ୍ଠା ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବଡ଼ଦାଣ୍ଡରେ ପଥପ୍ରାନ୍ତ ସଭାରେ ବିଜେପି ବରିଷ୍ଠ ନେତା ସନ୍ତୋଷ ଦାସ ରାଜ୍ୟ ସରକାରରେ ଗୁଣ୍ଡାରାଜ,ପିସି କାରବାର, ବିଫଳତା ବିଷୟରେ ଭୋଟରଙ୍କୁ ସଚେତନ କରାଇ ନୀଳମଣି ବିଷୋୟୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।ବେଲଗୁଣ୍ଠାର ବଡ଼ଦାଣ୍ଡ ସାହି, ଗୋପିନାଥ ସାହି,ବାଲିଡି ସାହି,ଗୋଲା ସାହି,ଚଷା ସାହି, ହାଟପଦା,କଂସାରି ସାହିରେ ମାରାଥନ୍ ପ୍ରଚାର କରିଥିଲେ । ଏଥିରେ ତାଙ୍କୁ ବିପୁଳ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା, ଜିଲ୍ଲା କାର‌୍ୟ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ବେହେରା, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ପଣ୍ଡା, ନଗର ବିଜେପି ସଭାପତି ପ୍ରଦ୍ୟୁପ୍ତ ବେହେରା, ବରିଷ୍ଠ ବିଜେପି ନେତା ଚିନଂ ଲିଙ୍ଗରାଜ ପାତ୍ର, ନୀଳାଚଳ ମହାପାତ୍ର,ଯୁବ ନେତା ଚିନଂ ଜତିନ ପାତ୍ର,ସୁଧାଂଶୁ ଶେଖର ପଲାଇ, ଧୁମୁଛାଇ ସରପଞ୍ଚ ମନୋଜ ପ୍ରଧାନ,ନାଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ