ପାରିବାରିକ କଳହରୁ ନାବାଳିକାର ଆତ୍ମହତ୍ୟା
ଯୋଡା (ସମିରକୁମାରଦାସ.) : ବାମେବାରୀ ଥାନା ଅନ୍ତର୍ଗତ ଦେଓଝର ଗ୍ରାମରେ ପାରିବାରିକ କଳହରୁ ଜଣେ ୧୨ ବର୍ଷୀୟା ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ, ମଙ୍ଗଳବାର ଦେଓଝର ଗ୍ରାମର ଉକ୍ତ ନାବାଳିକା ଜଣକ ପାରିବାରିକ କଳହକୁ କେନ୍ଦ୍ର କରି ନିକଟସ୍ଥ ଗ୍ରାମ ଜଙ୍ଗଲ ଯାଇ ଏକ ଗଛରେ ନିଜ ଓଢଣୀ ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ବୁଧବାର ଦିନ ନାବାଳିକା ଙ୍କର ମୃତ ଦେହ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହନଚି ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ବଡବିଲ ଡାକ୍ତରଖାନାକୁ ପଠାଇଛି । ଏନେଇ ବାମେବାରୀ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୧୦/୨୦୨୦ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।