ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ଗାଙ୍ଗପୁର ଥାନା ଅନ୍ତର୍ଗତ ଗୈାଡ ପରଶୁଲୁଣ୍ଡା ଗ୍ରାମରେ ଜଣେ ଯୁବକ ରବିବାର ରାତିରେ ଘରୋଇ କଳହକୁ କେନ୍ଦ୍ରକରି ଘର ଦୁଆର ବନ୍ଧରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ରମେଶ ନାୟକଙ୍କ ପୁଅ ବୁଲୁ ନାୟ୍କ (୩୦) ପରିବାର ମଧ୍ୟରେ କୈାଣସି ଘଟଣାକୁ କେନ୍ଦ୍ର କରି ବଚସା ହୋଇଥିଲା ଏଥିରେ ଇମସୋନାଲ ହୋଇ ରମେଶ ଦୁଆର ବନ୍ଧରେ ରଶି ଲଗାଇ ବେକରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ସେ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ୧୦/୧୯ ରେ ଏକ ମାମଲା ରୁଜୁ କରିବା ସହ ଶବବ୍ୟେବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଥିବା କଥା ପୋଲିସ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ