ପାରିବାରିକ କଳହର କରୁଣ ପରିଣତି
ନୟାଗଡ – (ଯୁଗାବ୍ଦ ନ୍ୟୁଜ୍)-ପାରିବାରିକ କଳହର କରୁଣ ପରିଣତି ବିଷପିଇ ନବବଧୂ ମୃତ ଓ ସ୍ୱାମୀ ଖୋର୍ଦ୍ଧା ମେଡିକାଲ ରେ ଭର୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ । ଗତ ୩ ମାସ ତଳେ ଅକୃର ସ୍ୱାଇଁ କଚେରାଟାଙ୍ଗୀ ଗାଁର କଲ୍ୟାଣୀ ଙ୍କୁ ବୈଦିକ ରୀତିରେ ବିଭାହ କରିଥିଲେ । କୌଣସି କାରଣରୁ ଦୁଇ ଜଣଙ୍କ ମଧରେ ଗତରାତିରେ ଝଗଡା ହୋଇଥିଲା । ପ୍ରଥମେ ସ୍ତ୍ରୀ ଓ ପରେ ସ୍ୱାମୀ ବିଷ ପିଇ ଦେଇଥିଲେ । ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଂଚି ମୃତ ସ୍ତ୍ରୀ ର ଶବ ବ୍ୟବଛେଦ ନିମନ୍ତେ ଖଣ୍ଡପଡ଼ା ଡାକ୍ତର ଖାନା ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।