ପାରିବାରିକ କଳହ ରୁ କରୁଣ ପରଣତି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ କଳରାପଦର୍ ଗ୍ରାମରେ ପାରିବାରିକ କଳହ ଉଗ୍ରରୁପ ଧାରଣ କରିଛି। ଶାଶୁ ବୋହୂ କଳିରେ ବଳି ପଡ଼ିଛି ବୋହୂ।ଉଭୟ ଙ୍କ ମଧ୍ୟରେ ବିବାଦ ଲାଗିଥିଲା ଶେଷରେ ଦୁହେଁ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏ ଭଳି ଆତ୍ମହତ୍ୟା ଘଟଣା ସାହି ପଡିଶା ଲୋକମାନେ ଜାଣିବା ପରେ ଆମ୍ବୁଲେସ କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସି ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ସେଠାରେ ବହୁ ବର୍ଷା ପ୍ରଧାନ( ୨୨) ଙ୍କ ଉପସ୍ଥିତ ଥିବା ଡ଼ାକ୍ତର ମୃତୁ ଘୋଷଣା କରିଥିବା ବେଳେ ଶାଶୁ ବଙ୍ଗାଳି ପ୍ରଧାନ(୫୫) ଗୁରୁତର ଯୋଗୁଁ ଚିକିତ୍ସା ପାଇଁ ବ୍ରହ୍ମପୁର। ବଡ଼ ମେଡ଼ିକାଲ ନେଇଥବା ଜଣାପଡ଼ିଛି। ଏନେଇ ପାଟପୁର ପୋଲିସ ଖବର ପାଇ ପ୍ରଥମେ ଉକ୍ତ ଗ୍ରାମ।ରେପହଞ୍ଚି ପରେ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ଖବର ଲେଖାହେବା ସୁଦ୍ଧା ପରିବାର ପକ୍ଷରୁ ଏତଲା ଦିଆଯାଇନଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ