ନିଟ ପରୀକ୍ଷାରେ ଦୁଇ ଛାତ୍ରୀଙ୍କ ସଫଳତା
ହାଟଡିହିି, (ବିକାଶ ବିଶ୍ୱାଳ):ଚଳିତବର୍ଷ ନିଟ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଦୁଇଜଣ ଛାତ୍ରୀ ପ୍ରିତୀ ପାୟଲ ଓ ରାଜଲକ୍ଷ୍ମୀ ସ୍ୱାଇଁ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଓରାଳି ଗ୍ରାମର ପ୍ରଦ୍ୟୁମ୍ନ ରାଉତ ଓ ସୁଜାତା ମହାପାତ୍ରଙ୍କ ସୁକନ୍ୟା ପ୍ରିତୀ ପାୟଲ ୬୬୨ ମାର୍କ ରଖି ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବାବେଳେ ଇଞ୍ଚୋଳ ଗ୍ରାମର କଳାକର ସ୍ୱାଇଁ ଓ ସବିତା ନାୟକଙ୍କ ସୁକନ୍ୟା ରାଜଲକ୍ଷ୍ମୀ ସ୍ୱାଇଁ ୬୨୭ ମାର୍କ ରଖି ନିଟ ପରୀକ୍ଷାରେ ସଫତା ଅର୍ଜନ କରିଛନ୍ତି । ତାଙ୍କର ଏହି ସଫଳତାରେ ଉଭୟ ପରିବାର ଓ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ହାଟଡିହି ବ୍ଲକର ବୁଦ୍ଧିଜିବୀ, ଶିକ୍ଷାବିତ ଓ ସମାଜସେବୀ ମାନେ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା, ମା, ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି । କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିବା ସହ ଲକ୍ଷ ରଖି ଆଗକୁ ଆଗେଇ ଚାଲିଲେ ସଫଳତାର ଶିର୍ଷରେ ପହଞ୍ଚିି ହୁଏ ବୋଲି ଉଭୟ ଛାତ୍ରୀ ମତବ୍ୟକ୍ତ କରିଛନ୍ତି ।


