ପାରିବାରିକ ଶତ୍ରୁତାରୁ ଆକ୍ରମଣ ଓ ରୂପା ଅଳଙ୍କାର ଲୁଟ୍ ଅଭିଯୋଗ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ବଡ଼ସାହି ର ଏ.ଶଙ୍କର ପାତ୍ର ଏବଂ ତାଙ୍କ ଭାଇ ଏ. ଶିବ ପାତ୍ର ଙ୍କୁ ଗ୍ରାମର ଡି.ଗୌରାଙ୍ଗ ପାତ୍ର ଏବଂ ତାଙ୍କ ୪ ସହଯୋଗୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏପରିକି ଶଙ୍କର ଙ୍କ ରୁପା ଚେନ୍ ଏବଂ ବ୍ରେସଲେଟ କୁ ଗୌରାଙ୍ଗ ଛଡାଇ ନେଇଥିବା ନେଇ ଶଙ୍କର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୨୯/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ପାରିବାରିକ ଶତ୍ରୁତାରୁ ଘଟଣା ଘଟିଛି।ବୁଧବାର ସନ୍ଧ୍ୟା ପ୍ରାୟ ୫ ଟାରେ ଶଙ୍କର ଏବଂ ଶିବ ଦୁଇ ଭାଇ ଙ୍କୁ ଗୌରାଙ୍ଗ ଗାଁ ହାଇସ୍କୁଲ ନିକଟସ୍ଥ ଢ଼ିମିରା ପାହାଡ଼ କୁ ଡାକି ନେଇଥିଲେ।ଦୁଇ ଭାଇ ସେଠାରେ ପହଞ୍ଚିବା ପରେ ତାଙ୍କୁ ସେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଧମକ ଦେବା ସହ ଶଙ୍କର ପିନ୍ଧିଥିବା ରୁପା ଗହଣା ଛଡାଇ ନେଇଥିବା ଏତଲାରେ ଉଲ୍ଲେଖ ରହିଛି।