ପାର୍ଥିବ ଶରୀର ମେଡିକାଲ କଲେଜକୁ ଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ଆଦର୍ଶ ଶିକ୍ଷକ ନାରାୟଣ ମହାନ୍ତିଙ୍କ ମରଶରୀରକୁ ତାଙ୍କ ପରିବାର ଲୋକେ ଆଜି ଫକୀର ମୋହନ ଭେଷଜ ମହାବିଦ୍ୟାଳୟକୁ ଦାନ କରିଛନ୍ତି । ପରଲୋକଗତ ଶିକ୍ଷକ ସ୍ୱର୍ଗତ ମହାନ୍ତି ମୟୁରଭଞ୍ଜ ଜିଲା ଗାଁ ଅମର୍ଦ୍ଦାରେ ୧୯୪୭ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତ ପରେ ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ । ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ଭାବେ ବିଭିନ୍ନ ସ୍କୁଲରେ ଶିକ୍ଷକତା ସହ ରାଜଘାଟସ୍ଥିତ ହୃଦାନନ୍ଦ ହାଇସ୍କୁଲରୁ ଅବସର ନେଇଥିଲେ । ଗତ କିଛିଦିନ ଧରି ରୋଗରେ ପୀଡ଼ିତ ଥିଲେ ସେ । ୭୭ ବର୍ଷ ବୟସରେ ସୋମବାର ସକାଳେ ନିଜ ବାସ ଭବନରେ ଦେହ ତ୍ୟାଗ କରିଥିଲେ । ଶେଷ ଇଚ୍ଛା ପୂରଣ ପାଇଁ ସ୍ୱର୍ଗତ ନାରାୟଣ ମହାନ୍ତିଙ୍କ ପୁତ୍ର, ପୁତ୍ରବଧୂ, ଭଣଜା-ଭାଣିଜୀ ଜ୍ୱାଇଁ, ସମୁଦି ଓ ଦୁଇ ନାତି ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜରେ ପହଞ୍ଚିିଥିଲେ । ସରକାରୀ ନିୟମ ଅନୁସାରେ ସମସ୍ତ କାଗଜପତ୍ର ତଥା ଚୁକ୍ତିପତ୍ର ସମ୍ପାଦନା ପରେ ସ୍ୱର୍ଗତ ମହାନ୍ତିଙ୍କ ପାର୍ôଥବ ଶରୀର କଲେଜକୁ ହସ୍ତାନ୍ତର କରାଯାଇଥିଲା । ଶରୀର ହସ୍ତାନ୍ତର ବେଳେ ପୁତ୍ର ମାନବ ମହାନ୍ତି, ପୁତ୍ରବଧୂ ଗାୟତ୍ରୀ ପ୍ରଧାନଙ୍କ ସମେତ ବରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଆଜୀବନ କମ୍ୟୁନିଷ୍ଟବାଦର ଦୃଢ ସମର୍ଥକ ଥିବା ଏହି ଆଦର୍ଶ ଶିକ୍ଷକଙ୍କ ଶରୀରରେ ସିପିଏମର ଲାଲ ପତାକା ଘୋଡ଼ାଇ ବାମପନ୍ଥୀ ଶ୍ରମିକନେତା ପ୍ରେମ ରଞ୍ଜନ ପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ