ପାଲା କଳାକାର ବାବାଜି ନାୟକଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ପାଲା କଳାକାର ବାବାଜି ଚରଣ ନାୟକ(୬୮)ଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ଗତ ୧ ମାସ ହେବ ସେ କର୍କଟ ଜନିତ ରୋଗରେ ପିଡିତ ହୋଇ ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ୩ ପୁଅ, ୧ ଝିଅଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମରଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଦାହ କରାଯାଇଥିଲେ । ସେ ଜଣେ ସରଳ, ମେଳାପୀ ବ୍ୟକ୍ତି ଥିଲେ । ସେ ଦୀର୍ଘ ୫୦ ବର୍ଷ ଧରି ପାଲା ଦଳରେ ଶ୍ରୀପାଳିଆ ଭାବେ ଅଭିନୟ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ ଦେଇ ଆସୁଥିଲେ । ଧୁଷୁରୀ ବମକୁରା ଅଞ୍ଚଳର ପାଲା ଗାୟକ ଶରତ କୁମାର ସୂତାରଙ୍କ ପାଖରେ ସେ ୪୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଜଣେ ନାଟ୍ୟ ଓ ନୃତ୍ୟ ନିର୍ଦ୍ଦେଶକ, ମଞ୍ଚ ଅଭିନେତା ଓ ପାଲା କଳାକାର ଥିଲେ । ପୂର୍ବରୁ ସେ ଗ୍ରାମାଞ୍ଚଳରେ ପରିବେଶିତ ହେଉଥିବା ଡ୍ରାମା ଓ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହ ହାସ୍ୟ ଅଭିନୟ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ