ପାଲିଙ୍କି ରେ ସ୍ୱ ମନ୍ଦିର ଫେରିଲେ ଶ୍ରୀ ଗୁରୁଦେବ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ଶେଷ ହେବାପରେ ଆଜି ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। କାକଟପୁର ବ୍ଲକ ର ଆନନ୍ଦ ବଜାର, ଅସ୍ତରଙ୍ଗ ବ୍ଲକ ର ବରଡିହି, ମାଣ୍ଡୁକି, ବାନ୍ତିଳୋ, ଗୋପ ବ୍ଲକ ର ନୁଆହାଟ ଅଞ୍ଚଳ ରେ ଠାକୁର ମାନଙ୍କୁ ରଥ ଉପରୁ ପହଣ୍ଡି ରେ ସ୍ୱ ସ୍ୱ ମନ୍ଦିର କୁ ନିଆଯାଇଥିଲା। ନିମାପଡା ବ୍ଲକ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ରେ ଭାଗ ନେଇଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କୁ ଗ୍ରାମବାସୀ ମାନେ ରଥ ଉପରୁ ନେ଼ଇ ସୁ ସଜ୍ଜିତ ପାଲିଙ୍କି ରେ ବସାଇ ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ କୁ ଏକ ଶୋଭାଯାତ୍ରା ରେ ନେଇ ଠାକୁର ଙ୍କ ସ୍ୱ ମନ୍ଦିର କୁ ବିଜେ କରାଇଥିଲେ। ତୁଳସୀପୁର ଗ୍ରାମ ରୁ ଠାକୁର ଙ୍କୁ ସ୍ୱ ମନ୍ଦିର ନିଆଯାଉଥିବା ବେଳେ ଗ୍ରାମ ଦାଣ୍ଡ ଘଣ୍ଟ ,ମୃଦଙ୍ଗ ,ହରିବୋଲ , ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା।ଅଧ ବାଟରେ ଛବାଟିଆ ଗ୍ରାମ ଠାରେ ଅଶୋକ ଦାସ ଙ୍କ ପକ୍ଷରୁ ଠାକୁର ଙ୍କୁ ରସଗୋଲା ଭୋଗ ଲାଗି କରାଯାଇଥିଲା। ସ୍ୱ ମନ୍ଦିର କୁ ଠାକୁର ବିଜେ ହେବାପରେ ଅବନିନ୍ଦ୍ର ତ୍ରିପାଠୀ, କ୍ଷମାନିଧି ତ୍ରିପାଠୀ, ବନ ବିହାରୀ ଦାଶ, ନିରଞ୍ଜନ ତ୍ରିପାଠୀ, ଅନିରୁଦ୍ଧ ତ୍ରିପାଠୀ, ଗୋପୀନାଥ କର,ସନ୍ତୋଷ ଦାଶ, ପ୍ରଦୀପ୍ତ ଦାଶ, ରଜନୀକାନ୍ତ ତ୍ରିପାଠୀ, ଅନୀଲ କୁମାର ତ୍ରିପାଠୀ, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଗ୍ରାମବାସୀ ମାନେ ଅନ୍ନ ଭୋଗ ଲାଗିକରି, ପ୍ରଣାମ କରି ଗାଁ କୁ ଫେରିଥିଲେ। କୈଳାଶ ପାଣି, ପୁର୍ଣ୍ଣ ପାଣି ପୂଜକ ଭାବେ ଠାକୁର ମାନଙ୍କ ପୂଜା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ