ପାସେଞ୍ଜର ଅଟୋକୁ ବଞ୍ଚାଇବାକୁ ଯାଇ ଟ୍ରକ ଦୃଘଟଣା:ଅଳ୍ପକେ ବର୍ତ୍ତିଗଲା ୧୦ ଜୀବନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ(୧୬) ର ହୁମ୍ମାଫାଣ୍ଡି ସମ୍ମୁଖରେ ଏକ ପାସେଞ୍ଜର ଅଟୋକୁ ବଞ୍ଚାଇବାକୁ ଯାଇ ଏକ ଟ୍ରକ ଓଲଟି ପଡିଥିବା ଦେଖାଯାଇଛି । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତ ଯାତ୍ରା ବଞ୍ଚିଯାଇଛନ୍ତି।ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକଟିର(ଓଡ଼ି ୩୩ ଟି ୨୯୪୯) ଆଗକୁ ହଠାତ ଏକ ପାସେଞ୍ଜର ଅଟୋ ହୁମ୍ମା ଫାଣ୍ଡି ସମ୍ମୁଖରେ ଆସିଯାଇଥିଲା। ଫଳରେ ଟ୍ରକ ଡ୍ରାଇଭର ପାସେଞ୍ଜରମାନଙ୍କର ଜୀବନ ବଞ୍ଚାଇବାକୁ ଯାଇ ରାଜପଥ ପାର୍ଶ୍ଵକୁ ଟ୍ରକଟି ନେଇଯିବା ଫଳରେ ଭାରସାମ୍ୟ ହରାଇ ଏକ ଗର୍ତ୍ତରେ ଓଲଟି ପଡ଼ିଥିଲା । ଫଳରେ ପାସେଞ୍ଜର ଅଟୋରେ ବସିଥିବା ସମସ୍ତ ପାସେଞ୍ଜରର ଜୀବନବଞ୍ଚଯାଇଥିବା,ବେଳେ ଟ୍ରକ ଡ୍ରାଇଭରଟିର ମଧ୍ୟ କୋୖଣସି କ୍ଷତି ହୋଇନଥିବା ଜଣାପଡିଛି।


