ପାହାଡପୁର ଗ୍ରାମ ବିଦ୍ୟାଳୟରେ ଟିପିଏନଓଡିଏଲ ଆନୁକୁଲ୍ୟରେ ମିଶନ ସୌରାୟନ ଉଦ୍ଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଦିନକୁ ଦିନ ଜଳ ସଂକଟ ଓ ବିଦ୍ୟୁତ ସଂକଟ ବୃଦ୍ଧି ପାଉଛି ।ତାପଜ ବିଦ୍ୟୁତ ଯୋଗୁଁ ପର୍ଯ୍ଯାଵରଣ ନଷ୍ଟ ଓ ପ୍ରଦୂଷିତ ହେଉଛି । ତେଣୁ ଏହାର ଏକମାତ୍ର ବିକଳ୍ପ ସୌର ଶକ୍ତି । ତେଣୁ ପ୍ରଧାନମନ୍ତ୍ରୀ ମିଶନ୍‌ ସୌରାୟନ ପ୍ରତି ଗୁରୁତ୍ବ ଦେଉଛନ୍ତି । ଯାହାଦ୍ବାରା କମ ଖର୍ଚରେ ସୌର ଶକ୍ତି ପାଇବା ଓ ପର୍ଯ୍ଯାବରଣ ପ୍ରତି ବିପଦହ୍ରାସ ପ୍ରଭାବ ପାଇବ । ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନକୁ ସାକାର କରିବା ପାଇଁ ଟିପିଏନଓଡିଏଲ ତା’ର ପ୍ରଥମ ପଦକ୍ଷେପ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମର ଆବାସିକ ଏସଏଲଏସ ବିଦ୍ୟାଳୟରେ ଶୁଭାରମ୍ଭ କରିଛି ।ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନଙ୍କୁ ଆଦିବାସୀ ପାରଂପାରିକ ଢୋଲ,ବାଦ,ମାଦଲଓ ନୃତ୍ୟ ରେ ଗ୍ରାମବାସୀ ପାଛୋଟି ନେଇଥିଲେ ।ପରେ ଅତିଥିଗଣ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଓ ଦୁଇ ପୁତ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଟିପିଏନଓଡିଏଲର ସିଇଓ ଭାସ୍କର ସରକାର, ଚିଫ କମର୍ସିଆଲ ଅଫିସର ଦୁଷ୍ମନ୍ତ ତ୍ୟାଗୀ,ସୌରୀକରଣ ଜେନେରାଲ ମେନେଜର ରାଜୀବ ନାୟକ ବାରିପଦା ସର୍କଲ ସୁପରିଣ୍ଟେଡେଣ୍ଟ ହରିଶ ପଣ୍ଡା, ଇଲେକ୍ଟ୍ରିକାଲ ଏକଜିଉଟିଭ ଇଞ୍ଜିନିୟର ଚିନ୍ମୟ ବେହେରା, ସରପଞ୍ଚ ରୁକ୍ମଣୀ ମୁର୍ମୁ ଏସଏଲଏସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ଗିରି, ଶିକ୍ଷାନୁଷ୍ଠାନର ଉପସଭାପତି ମୁନା ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ସୌରୀକରଣ ଶୁଭାରମ୍ଭ କରିଥିଲେ । ଆବାସିକ ବିଦ୍ୟାଳୟର ଛାତ ଉପରେ ୫ କିଲୋ ଓ୍ବାଟର ସୋଲାର ପେନାଲ ସ୍ଥାପିତ ହୋଇଥିଲା।ପରେ ମିଶନ ସୌରୀକରଣ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ସିଇଓ ଭାଷ୍କର ସରକାର ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନ ଉପରେ ଆଲୋକପାତ କରିଥିଲେ ।ପ୍ରଥମେ ସମସ୍ତେ ସୁରକ୍ଷା ନେଇ ଶପଥ ପାଠ କରିଥିଲେ ।ଛାତ ଉପରେ ସୋଲାର ପେନାଲ ଲଗାଇଲେ ବର୍ଷା ,ଖରା ଓ ଶୀତ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି ।ଏହା ଛାତକୁ ଗରମ,ବର୍ଷା ରୁ ରକ୍ଷା କରେ ଯାହାଫଳରେ ଛାତର ସ୍ଥାୟିତ୍ବ ପରମାୟୁ ୩୦ ବର୍ଷରୁ ୫୦ ବର୍ଷ ଅଧିକ ଯାଏ ।ବିଜୁଳି ବିଲ୍ ଖର୍ଚ୍ଚ କମ ପଡ଼େ ।ଏହି ବିଦ୍ୟାଳୟରରେ ସୋଲାର ପେନାଲ ଲଗାଇବା ଜାଣି ଆଖପାଖ ଗ୍ରାମବାସୀ ଉତ୍ସାହିତ ହୋଇ ସୋଲାର ପେନାଲ ବ୍ୟବହାର କରିବା ସହ ଆର୍ଥିକ ଲାଭ ପାଇଁ ପାରିବେ ।କେବଳ ଏହି ବିଦ୍ୟାଳୟରେ ସୋଲାର ପେନାଲରୁ ଉପକାର ପାଇବେ ନାହିଁ ଯଦି ଧୀରେ ଧୀରେ ଗାଁ ଗଣ୍ଡାରେ ସୋଲାର ପେନାଲ ବ୍ୟବହାର ହେଲେ ସମସ୍ତେ ଏହାର ଲାଭ ଉଠାଇଲେ ଯାଇଁ ପ୍ରଧାନମନ୍ତ୍ରୀ ମିଶନ ସୌରାୟନ ଉଦେଶ୍ୟ ପୁରଣ ହୋଇପାରିବ ବୋଲି ଅତିଥିଗଣ କହିଥିଲେ । ଟିପିଏନଓଡିଏଲକେବଳ ବ୍ୟବସାୟ ପାଇଁ ଆସିନାହିଁ ।ବିଦ୍ୟୁତ କ୍ରୟ ଓ ବିକ୍ରୟ କରିବ ପାଇଁ ଏହା କାମ କରୁନାହିଁ ଏହା ମଧ୍ଯ‌ପାରିପାଶ୍ଵିକ ସାମାଜିକ ବିକାଶ ପାଇଁ ମଧ୍ୟ ଅଣ୍ଟା ଭିଡିଛି ବୋଲି କହିଥିଲେ । ସୌରୀକରଣ ଗୋ ଗ୍ରିନ ନେଇ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରଷ୍କୂତ କରିଥିଲେ ।ଟିପିଏନଓଡିଏଲ ତରଫରୁ ଏଲଇଡି ବଲ୍ଲ ବଣ୍ଟନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ପାହାଡପୁର ଆବାସିକ ବିଦ୍ୟାଳୟ ସୌରୀକରଣ କରିଥିବାରୁ ମୁଖ୍ୟ ଅତିଥି ନିଜକୁ ବହୁତ ଧନ୍ଯ ମଣିଥିଲେ ।ଏହା ଟିପିଏନଓଡିଏଲର ପ୍ରୋଜେକ୍ଟ ସୌରାୟନର ଏହା ପ୍ରଥମ ସରକାରୀ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ।ଏସଡିଓ (୨) ଇଂ ଚିରଞ୍ଜିବୀ ବିଶ୍ବାଳ ମଂଚ ସଂଯୋଜନା କରିଥିବା ବେଳେ ଏସଡିଓ ୧ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗ୍ରାମବାସୀ , ଗଣମାଧ୍ୟମ ପ୍ରତିନିଧି,ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,ଟିପିଏନଓଡିଏଲ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ