ପାହାଡ ଅତଡା ଖସି ୬ଟି ପଂଚାୟତ କୁ ଯୋଗାଯୋଗ ବିଛିନ୍ନ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପ୍ରକୃତିର ତାଣ୍ଡବ ରଚିଛି I ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ପରିମଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଥା ଆର.ଉଦୟଗିରି ଥାନା ଅଧୀନ ନୂଆପାଲ୍ଲୀ ଗ୍ରାମ ଠାରେ। ଏହି ଗ୍ରାମର ନିକଟସ୍ତ ଉପର ମୁଣ୍ଡରେ ରହିଥିବା ସାତ ଧାଙ୍ଗେଡି଼ ପାହାଡ଼ ଧସି ଭୂସ୍ଖଳନ ହୋଇଛି । ସୂଚନା ଅନୁସାରେ ସକାଳ ୬ଟା ଠାରୁ ଘଟିଥିବା ଏହି ଭୂସ୍ଖଳନରେ ଗ୍ରାମର ସାହିର ଚାରି ପଟ ଏବଂ ଦାଣ୍ଡ ରାସ୍ତା ଏବଂ ମୁଖ୍ୟ ରାସ୍ତା ଉପରେ ୨/୩ଫୁଟ ଉଚ୍ଚରେ ମାଟି, ପଥର, ବର୍ଷା ପାଣି ଓ ଗଛ ଡାଳ ଅତଡ଼ା ଖସି ଆସିଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ନିକଟରେ ଥିବା ଅଧିକାଂଶ ଗୃହ ଗୁଡ଼ିକର ଆଂଶିକ କ୍ଷତି ଘଟିଛି । ଘର ଦାଣ୍ଡରେ ରଖି ଥିବା ୫ଟି ବାଇକ ମାଟିରେ ପୋତି ହୋଇ ନଷ୍ଟ ହୋଇଯାଇଛି । ଅଧିକାଂଶଙ୍କ ଘର ମୁହଁରେ ପଥର ପଡି ରହିଛି । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଛି । ବ୍ଲକର ନଦୀମୁଠା ଦୁର୍ଗମ ୬ଟି ପଞ୍ଚାୟତ ପରିମଳ, ଉଦୟପୁର, ସମ୍ବଲପୁର, କିରାମା, ଅନୁଗୁରୁ ଓ ସୁନ୍ଦରଡାଙ୍ଗ ପଞ୍ଚାୟତରେ ଯୋଗାଯୋଗ ବ୍ୟାହତ ହୋଇଛି । ପାହାଡ଼ରୁ ଖସି ଆସିଥିବା ବଡ଼ ବଡ଼ ପଥର ମଧ୍ୟ ଗମନାଗମନରେ ବାଧା ସୃଷ୍ଟି କରିଛି । ଫଳରେ ଶତାଧିକ ଯାତ୍ରୀବାହୀ ଯାନବାହାନ ଦୀର୍ଘ ସମୟ ଯାତାୟାତ ମଧ୍ୟ ବନ୍ଦ ରହିଥିଲା। ସ୍ଥାନୀୟ ବ୍ଲକ, ତହସିଲ ପ୍ରଶାସନ ଏବଂ ଅଗ୍ନିଶମ କର୍ମଚାରୀ ପୋଲିସ ବାହିନୀ ପହଞ୍ଚି ଡ୍ରଜର ସାହାଯ୍ୟରେ ରାସ୍ତା ସଫା କରିଥିବାରୁ ଯାତା ୟାତ ସ୍ଵାଭାବିକ ହୋଇଥିଲା । ଗ୍ରାମର ଦାଣ୍ଡ ରାସ୍ତାର ମାଟି ଅଧଡ଼ା କାଡି଼ ଉଦ୍ଧାର କାର୍ଯ୍ୟ କରାଯାଉଛି । ବିଭିନ୍ନ ଘରର ଆସବାବ ପତ୍ର କ୍ଷୟ କ୍ଷତି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ଏହି ଗ୍ରାମରେ ୪୦ପରିବାରରେ ୨୫୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ତାଙ୍କୁ ପରିମଳ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରି ୨ଦିନ ପର୍ଯ୍ୟନ୍ତ ଖାଇବା ବନ୍ଦବସ୍ତ କରାଯାଇଥିବା ସ୍ତାନୀୟ ସରପଞ୍ଚ ଉମାଶଙ୍କର କାର୍ଜି କହିଛନ୍ତି । ବିଷୟ ନେଇ ବିଡଓ ତଥା ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତି ଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ