ପାହାନ୍ତି କାଳୀକା ନୃତ୍ୟ ଦେଖି ଭକ୍ତ ବିମୋହିତ

ନିମାପଡା, (ସନ୍ତୋଷ ଦାଶ):ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସତରେ କେତେ ମହାନ ଦେଖିଲେ ଆତ୍ମସନ୍ତୋଷ ମିଳି ଯାଇଥାଏ । ସେମିତି ଏକ ପରମ୍ପରା ଦେଖିବାକୁ ମିଳିଥିଲା ଚାରିଛକ ନିକଟସ୍ଥ ଭୋଦର ଗ୍ରାମରେ । ଦଶହରା ଉତ୍ସବ ପାଳନ ଅବସର ରେ ମହାନବମୀ ରାତି ତଥା ବିଜୟା ଦଶମୀ ପାହାନ୍ତି ପ୍ରହର ରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେଅନୁଷ୍ଠିତ ହୋଇଥିଲା ପାହାନ୍ତି କାଳୀକା ନୃତ୍ୟ। ଏହାଦେଖି ଭକ୍ତ,ଶ୍ରଦ୍ଧାଳୁ, ଗ୍ରାମବାସୀ ମାନେ ବିମୋହିତ ହୋଇପଡ଼ିଥିଲେ। ଗ୍ରାମର ଯୁବ କଳାକାର ପ୍ରଭାତ କୁମାର ସିହ୍ନା ( ମିଥୁନ) ନିଜକୁ ମାଆ କାଳୀ ଙ୍କ ବେଶ ରେ ସଜ୍ଜିତ କରିଥିବା ବେଳେ ଗଦାଧର ସେଠ ପ୍ରଭୁ ଶିବ ଶଙ୍କର ଙ୍କ ବେଶ ରେ ସଜ୍ଜିତ ହୋଇ ଥିଲେ । ମା ଙ୍କ ଠାରେ ପୁର୍ବରୁ ଲାଗି ହୋଇଥିବା ଓ ମହାଷ୍ଟମୀ ରେ ବଳି ଦିଆଯାଇଥିବା ଖଣ୍ଡା, ମା ଙ୍କ ଆଜ୍ଞାମାଳ ମିଳିବାପରେ ଢୋଲ ମହୁରୀ ର ବାଜା ତାଳରେ ଉଭୟ ନୃତ୍ୟ ପରିବେଷଣ କରି ସମଗ୍ର ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମବାସୀ, ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ମୁଣ୍ତରେ ମା କାଳୀ ନିଜେ ଧରିଥିବା ଖଣ୍ଡା (ଖଡ୍ଗ) ଛୁଆଇଁ ଆଶ୍ରିବାଦ କରି ଥିଲେ। ଏହି ପାହାନ୍ତି କାଳୀକା ନୃତ୍ୟ ଦେଖିବାକୁ ଗ୍ରାମ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା । ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଚନ୍ଦ୍ରକାନ୍ତ ଦଳାଇ କୁହନ୍ତି, ମାକାଳୀଙ୍କ ଆଶ୍ରିବାଦ ଭିକ୍ଷା ପାଇବାକୁ ଓ ଗ୍ରାମ କୁ ସମସ୍ତ ପ୍ରେତ, ଭୂତ, ଅଶସିରୀ ପ୍ରଭୁତି ଅମଙ୍ଗଳ ଶକ୍ତି ଦାଉରୁ ରକ୍ଷା କରିବାକୁ ଓ ଅତୃପ୍ତ ଆତ୍ମା ଙ୍କୁ ମୁକ୍ତି ଦେବାକୁ ଏହି କାଳିକା ନୃତ୍ୟ କାହିଁ କେତେ କାଳରୁ ଗ୍ରାମ ରେ ଅନୁଷ୍ଠିତ ହୋଇଆସୁଛି। ପିଢ଼ି ପରେ ପିଢ଼ି ଏହି ପରମ୍ପରା କୁ ଗ୍ରାମବାସୀ ମାନେ ପାଳନ କରିଆସୁଛନ୍ତି । କାଳିକାନୃତ୍ୟ ପରିବେଷଣ କରୁଥିବା ପ୍ରଭାତ ଓ. ଟିଭି ରେ କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରୁଥିବା ବେଳେ ନିଷ୍ଠା ଓ ଭକ୍ତି ସହକାରେ ନିଜ ଗ୍ରାମ ରେ ମା ଙ୍କ ନିକଟରେ କାଳୀକା ନୃତ୍ୟ କରି ଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ