ପିଆଜକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ପିଆଜ ନିଶ୍ଚତ ରୂପେ ଉପଲବ୍ଧ । ତରକାରୀ ଆଦିକୁ ସୁସ୍ୱାଦୁ କରିବାରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ । ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଶୀଘ୍ର ଖରାପ ହୋଇଯାଉଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଟିପ୍ସ ରହିଛି, ଯାହାକୁ ଆପଣାଇ ଆପଣ ପିଆଜକୁ ଅଧିକ ଦିନ ଘରେ ସୁରକ୍ଷିତ ରଖିପାରିବେ । ଆସନ୍ତୁ ଜାଣିବା ସେହ ଟିପ୍ସ ବିଷୟରେ-
-ପିଆଜକୁ ସବୁବେଳେ ଶୁଖିଲା ରଖିବା ଉଚିତ । ଏଥିପାଇଁ ପେପର ବ୍ୟାଗର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।
-ପିଆଜକୁ ପେପର୍ ବ୍ୟାଗରେ ରଖି ମୁହଁ ବନ୍ଦ କରିଦିଅନ୍ତୁ ଏବଂ ଏହା ଉପରେ ଛୋଟ ଛୋଟ କଣା କରିଦିଅନ୍ତୁ ।
-କେବେହେଲେ ଓଦା ସ୍ଥାନରେ ପିଆଜକୁ ରଖନ୍ତୁ ନାହିଁ ।
-ପ୍ରାୟତଃ ଆମେ ପିଆଜକୁ ପ୍ଲାଷ୍ଟିକ୍ ଜରିରେ ରଖିଦେଉ । କିନ୍ତୁ ଏପରି କରିବା ଉଚିତ ନୁହେଁ । ଏହାଦ୍ୱାରା ପିଆଜ ଜଲ୍ଦି ଖରାପ ହୋଇଯାଏ
-ପରିବା କିଣିବା ବେଳେ ସାଧାରଣତଃ ଦୋକାନୀ ଆଳୁ ଏବଂ ପିଆଜକୁ ଏକସାଥୀରେ ଦେଇଥାଏ । ଘରେ ରଖିବା ବେଳେ କେବେ ବି ଏହି ଦୁଇଟି ପରିବାକୁ ଏକାଠି ରଖିବେ ନାହିଁ ।
-ପିଆଜକୁ ଶୁଖିଲା ଏବଂ ଅନ୍ଧାରିଆ ସ୍ଥାନରେ ରଖିବା ଦ୍ୱାରା ଏହା ଅଧିକ ଦିନ ଭଲ ରହିଥାଏ ।


