ପିଇଓଙ୍କୁ ଛୁରୀ ଦେଖାଇ ଲୁଟିନେଲେ ସାଢେ଼ ଆଠ ଲକ୍ଷ୍ୟ ଟଙ୍କା
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ବଡିଗାଁ ଓ ଗୁମୁଦା ଗ୍ରାମ ପଞ୍ଚାୟତର ପି ଇ ଓ ଅର୍ଜୁନ ପାତ୍ର ନିଜ ର ନାଲି ହୋଣ୍ଡା ୟୁନିକ୍ରନ ବାଇକ୍ ଯୋଗେ ଦୁଇଟି ପଂଚାୟତର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା ନିମନ୍ତେ ଆଜି ବୋରିଗୁମ୍ମା ବ୍ଲକ୍ କାର୍ଯ୍ୟାଳୟରୁ ଟଙ୍କା ନେଇ ବଡ଼ିଗାଁ ଆସିଥିଲେ ଓ ସେଠାରେ ସେହି ପଂଚାୟତର ଭତ୍ତା ଟଙ୍କା ଛାଡ଼ି ବଳକା ସାଢ଼େ ଆଠ ଲକ୍ଷ୍ୟ ଟଙ୍କା ନେଇ ଗୁମୁଡା ପଂଚାୟତ ଅଫିସ୍ କୁ ଯାଉଥିବା ବେଳେ କମତା ଗ୍ରାମ ପଞ୍ଚାୟତ ଅଧିନସ୍ତ୍ ରତାଳି ଗ୍ରାମ ଓ ବଡି ଗାଁ ମଧ୍ୟରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ତିନୋଟି ବାଇକ୍ ରେ ଥିବା ଛ ଜଣ ଦୁର୍ବୃତ୍ତ ପି ଇ ଓ ପାତ୍ର ଙ୍କ ଗାଡ଼ିକୁ ଅଟକାଇ ଝାଂପି ନେଇ ଥିଲେ ଟଙ୍କା ଥିବା ବ୍ୟାଗ କାଳେ ସେ ପିଛା କରିବେ ଭାବି ପି ଇ ଓ ଙ୍କ ବାଇକ୍ ଟିକୁ ରାସ୍ତା ତଳକୁ ଠେଲି ଦେଇଥିଲେ ଓ ପିଇଓଙ୍କ ମୋବାଇଲ ଟିକୁ ଜମି ମଧ୍ୟକୁ ଫୋପାଡି ଚାଲି ଯାଇଥିଲେ। ରାସ୍ତା ମଝିରେ ଅବାକ୍ ହୋଇ ଠିଆ ହୋଇ ରହିଥିଲା ବେଳେ ଏହି ଘଟଣା ବିଜୁଳି ବେଗରେ ବ୍ୟାପି ଯାଇଥିଲା ଏବଂ ବଡି ଗାଁ ଓ ରତାଳି ଗାଁ ଲୋକେ ଘଟଣା ସ୍ଥଳରେ ଉପସ୍ଥିତ ହୋଇ ପି ଇ ଓ ଙ୍କୁ ନେଇ ବିଶିଂପୂର୍ ଥାନାରେ ପହଞ୍ଚି ଥିଲେ। ବିସିଂପୂର୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ଆରମ୍ଭ କରିଥ୍ବବା ଜଣା ପଡ଼ିଛି।