ପିଇବା ପାଣି ନଥିବାରୁ ଡ଼ହଳ ବିକଳ ହେଉଛନ୍ତି ଗ୍ରାମବାସୀ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା)ପୁରୀ ଜଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ବାମରା ଗ୍ରାମ ବେଣା ଗଡ଼ିଆ ବେହେରା ସାହି ୫୦ ଘର ର ୨୦୦ ସଦସ୍ୟ ଦିର୍ଘ ୪ ବର୍ଷ ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ବିଭିନ୍ନ ବିଭାଗରେ ଦରଖାସ୍ତ ଦେଇ ଚାଲିଛନ୍ତି କିନ୍ତୁ ଦୁଃଖର ବିଷୟ ବିଭାଗ ଦରଖାସ୍ତ ଖାଲି ଗ୍ରହଣ କରୁଛନ୍ତି କିନ୍ତୁ କାମ ଶୂନ୍ୟ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଫିସ୍ ଦୈାଡି ଦୈାଡି ନୟାନ୍ତ ହେଲେଣି l ସରକାରୀ ଵାଵୁମାନେ ବଡ ଵଡ଼ କଥା କହୁଛନ୍ତି କିନ୍ତୁ କାମ ନାହିଁ । ଏମିତିକି ଦରଖାସ୍ତ ଦେଇ ଦେଇ ଲୋକେ ହତାଶ ହୋଇ ପଡିଥିବା ସୂଚନା ମିଳୁଛି । ଏଵେ ସାହିରେ ଗୋଟିଏ ନଳକୂପ କରା ଯାଇଛି । ନଳକୂପର ପୁନଃ ଉଦ୍ଧାର ପାଇଁ ସରପଞ୍ଚଙ୍କ ପାଖକୁ ଗଲେ କହୁଛନ୍ତି ଏ କାମ ଆମର ନୁହେ ତମେ ବ୍ଲକ ଯାଅ, ବ୍ଲକ ଗଲେ କହୁଛନ୍ତି ତମେ ସରପଞ୍ଚଙ୍କ ପାଖକୁ ଯାଅ ,ପୁଣି କହୁଛନ୍ତି ଏ କାମ ବିଧାୟକ କହିଲେ ହଵ। ଏମିତି ଗ୍ରାମରେ ୪ ରୁ ୫ ଟ୍ୟାପ ମଧ୍ୟ ଖରାପ ହୋଇ ପଡିଛି ।ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି, ଲୋକେ ପିଇବା ପାଇଁ ଲୋକେ ବଜାରରୁ ପାଣି କିଣି ଆଣି ପିଉ ଥିବାର ଦେଖିବାକୁ ମିଲୁଛି। ଗାଁର ମହିଳା ମାନେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ୨ ଘଣ୍ଟା ଠିଆହୋଇ ଲୁଣି ପାଣି ରେ ଧୋଇହେବା ସହ ଏହାକୁ ନେଇ ଘରେ ବ୍ୟବହାର କରନ୍ତି।ପାନୀୟ ଜଳ ଯୋଗାଣ ବିଭାଗରୁ ୨୦୧୪ ମସିହାରେ ପାଣି ପାଇପ ଦିଆଯାଇଛି। ହେଲେ ଏହା ଲୁଣି ଓ ବ୍ୟବହାର ଅଯୋଗ୍ୟ ବୋଲି କୁହନ୍ତି ଗ୍ରାମବାସୀ ।ପୁରୀ ଜିଲ୍ଲାପାଳ ଏ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଟ୍ରାଙ୍କର ପାଣି ବା ପାଇପି ପାଣି ଯୋଗାଇବାକୁ ଅନୁରୋଧ କରିଛନ୍ତି ଗାଁ ର ପରିବାର ଲୋକ ମାନେ।