ପିଏନବି ୪ଟି ବ୍ୟାଙ୍କକୁ ଅଧିଗ୍ରହଣ କରିବ

ବଡ଼ ଘୋଟାଲାର ଶିକାର ହୋଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ବ୍ୟାଙ୍କିଙ୍ଗ ସେକ୍ଟରରେ ସୁଧାର ଆଣିବା ମାମଲାରେ ସାର୍ବଜନୀନ ବ୍ୟାଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି। ଏହା ପରେ ବ୍ୟାଙ୍କ ଅଫ ବରୋଦା(ବିଓବି) ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ସ୍ଥାନ ରହିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମୁତାବକ ସରକାର ବ୍ୟାଙ୍କଗୁଡିକର ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ସରକାରୀ ବ୍ୟାଙ୍କରେ ଛୋଟ ଛୋଟ ବ୍ୟାଙ୍କକୁ ମିଶ୍ରଣ କରିବା ପ୍ରସ୍ତାବକୁ ଆଗକୁ ବଢାଇବେ। ଏଥିରେ ଦେଶର ରାଷ୍ଟ୍ରାୟତ ପଞ୍ଜିକୃତ ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ପ୍ରଦର୍ଶନରେ ସୁଧାର ଆସିବ।
ପିଏନବିରେ ମିଶିବେ ଏହି ବ୍ୟାଙ୍କ ।ମିଡିଆ ରିପୋର୍ଟ ଅନୁସାରେ ଜାନୁଆରୀରେ କେନ୍ଦ୍ରୀୟ କ୍ୟାବିନେଟ୍ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦାରେ ମିଶ୍ରଣ ପାଇଁ ମଞ୍ଜୁରୀ ଦେଇଥିଲେ। ସୂତ୍ର ମୁତାବକ ଅନ୍ୟ ଛୋଟ ଛୋଟ ବ୍ୟାଙ୍କକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇ ପାରେ। କୁହାଯାଉଛି ଯେ, ପିଏନବିରେ- ଓବିସି, ଆହ୍ଲାବାଦ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କକୁ ମିଶ୍ରଣ କରାଯାଇପାରେ। ଏଥିରେ ମଧ୍ୟ ୩ଟି ବ୍ୟାଙ୍କର ସମିଶ୍ରଣ କରାଯିବାର ସମ୍ଭାବନା ରହିଛି।ବ୍ୟାଙ୍କକୁ ମଜବୁତ କରିବାକୁ ଚେଷ୍ଟାବ୍ୟାଙ୍କଗୁଡ଼ିକୁ ଏନପିଏରୁ ଆଶ୍ଵସ୍ତି ଦେବା ଏବଂ ମଜବୁତ ଅର୍ଥ ବ୍ୟବସ୍ଥା ପାଇଁ ସରକାରୀ ବ୍ୟାଙ୍କରେ ମିଶ୍ରଣ ଜରୁରୀ ହୋଇ ପଡ଼ିଛି। ପୂର୍ବରୁ ଏସବିଆଇ ସହିତ ୬ଟି ବ୍ୟାଙ୍କର ମିଶ୍ରଣ ହୋଇ ସାରିଛି ଏବଂ ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବିଲୟ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିରୁ ସ୍ପଷ୍ଟ ଯେ ସରକାର ଘରୋଇ ବ୍ୟାଙ୍କର କାରବାର ବୃଦ୍ଧି ସହିତ ସାର୍ବଜନୀନ ବ୍ୟାଙ୍କକୁ ମଜବୁତ କରିବାକୁ ଚାହୁଁଛନ୍ତି।ଦୁଇଟି ପର‌୍ୟ୍ୟାୟ ରେ ହେବ ମିଶ୍ରଣକୁହାଯାଉଛି ଯେ, ବ୍ୟାଙ୍କର ମିଶ୍ରଣ ଦୁଇଟି ପର‌୍ୟ୍ୟା ୟରେ କରାଯିବ। ପ୍ରଥମ ପର‌୍ୟ୍ୟା ୟରେ ଏହାର ସଂଖ୍ୟା ୨୧ରୁ ହ୍ରାସ କରାଯାଇ ୧୨ କରାଯାଇପାରେ। ଅନ୍ୟ ପଟେ ଦ୍ଵିତୀୟ ପର‌୍ୟ୍ୟା ୟରେ ସରକାର ବ୍ୟାଙ୍କର ସଂଖ୍ୟା ହ୍ରାସ କରି ୬ କରି ପାରନ୍ତି। ଉଲ୍ଲେଖଯୋଗ୍ୟ ସରକାରୀ ବ୍ୟାଙ୍କଗୁଡିକୁ ମିଶ୍ରଣ କରି ଦେଶରେ ୫-୬ ବ୍ୟାଙ୍କ କରିବା ସରକାରଙ୍କ ଲକ୍ଷ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ