ପିଏନୟୁଏ କଲେଜରେ ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର (ଦେବଦତ୍ତ ମହାରଣା): ଓଡିଶା ରେଡକ୍ରସ୍ ଶାଖା ସହଯୋଗରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ସହ ମହାବିଦ୍ୟାଳୟ ସମ୍ମୁଖରେ ଯାତାୟତ କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି । କରୋନାରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା, ହାତ ଧୋଇବା, ସରକାରଙ୍କ କୋଭିଡ୍ ନିୟମ ମାନିବା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଡଃ ସୁର୍ଯ୍ୟ ନାରାୟଣ ଡାକୁଆ, ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ ଅଧିକାରୀ ଡଃ ପ୍ରଦୀପ କୁମାର ପଣ୍ଡା, ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ରାମ ଚନ୍ଦ୍ର ପୋଇଙ୍କ ସମେତ ମହାବିଦ୍ୟାଳୟର ଯୁବ ରେଡକ୍ରସର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।


